ଉଆଁସୀ କନିଆ ତୁମ ବାଟ ଚାହିଁ
ଆଖିରୁ ସୁଖେନି ଲୁହ
ଆଜିବି ତୁମକୁ ଚାନ୍ଦ ଟିଏ ଭାବି
ମୋ ଛାତିରେ ଭରେ କୋହ ।

ତୁମେ ଗାଇଥିବା ପ୍ରୀତିବୋଳା ଗୀତ
ହୃଦୟର ସ୍ମୃତି ଦାଗ
ବେଦନା ଭରା କଣ୍ଠେ ମୁଁ ଗାଉଛି
ଜୀବନର ଅସ୍ତରାଗ ।

ନିଦାଘ ବର୍ଷା କାକରକୁ ଦେଖି
ମୋତେ ଲାଗେ ଭାରି ଭୟ
ଉଆଁସୀ କନିଆ ତୁମ କଥା ଭାବି
ଆଖିରୁ ସୁଖେନି ଲୁହ ।

ବିରହ ଭଟାରୁ ନିର୍ବାଣ ନାହିଁ
ଜୀବନେ ଶୁଖିଲା ପାଗ
ଅଗଣାରେ ମୋର କେବେ ପଡିବନି
ତୁମ ଅଳତାର ଦାଗ ।

ନିଶିରୁ ପ୍ରଭାତ ମୋ ଆଖିରେ ନାଚେ
ଜହ୍ନ ପରି ତୁମ ମୁହଁ
ଉଆଁସୀ କନିଆ ତୁମ କଥା ଭାବି
ଆଖିରୁ ସୁଖେନି ଲୁହ ।



ରଚନା : ସିଦ୍ଧେଶ୍ବର ତ୍ରିପାଠୀ

ଠିକଣା : ଖୋର୍ଦ୍ଧା ଦୂରଭାଷ : 8018646704