"ପ୍ରଶ୍ନବାଚୀ "
-------- XXX-----

କେତେ ଦିନ ଆଉ ମିଥ୍ୟାରେ ବଞ୍ଚିବ
କରୁଥିବ ଅତ୍ୟାଚାର ।
ଜନତାଙ୍କୁ ତୁମ ପ୍ରତାରଣା କରି
ଭାଙ୍ଗିବ ସୁନା ସଂସାର ॥

ପଦ ପାଇଁ ଏଠି ଲଢ଼େଇ ଚାଲିଛି
ଭୋଟରଙ୍କୁ ଫୁସୁଲାଇ ।
ରାମ ରାଇଜ ଟେ ତୋଳି ଦେବୁ କହି
ଧୋକା ଦିଅ ତୁମ୍ଭେ କାହିଁ ॥

କାର୍ଯ୍ୟବେଳେ ଭଜ ମାଆ ଓ ମାଉସୀ
ପ୍ରିୟର ଭାଇ, ଭଉଣୀ ।
ସଫଳତା ପରେ ସେ ମାନସମ୍ମାନ
ଦେଖାଏ ମାଡ଼ କହୁଣୀ ॥

ତେଲେଇ ତେଲେଇ ଲାଞ୍ଚ ଖାଅ ତୁମ୍ଭେ
ଦଶପଦକ ରେ ଥରେ ।
ତେଲିଆ ମୁଣ୍ଡରେ ତେଲ ଢାଳିଥାଅ
ଯେବେ , ଦୁଃଖୀ ମୁଖେ ଲୁହ ଝରେ ॥

ରାଜ ସିଂହାସନ ମିଳିଲେ ତୁମ୍ଭକୁ
ଛୋଟ ବଡ଼ ମାନ ନାହିଁ ।
ନିଜକୁ ସବୁଠୁଁ ଉଚ୍ଚ ମନେ ଭାବି
ଅପମାନ ଦିଅ କାହିଁ ?

ଜନତା ଟଙ୍କାରେ ଘର ବାଡ଼ି ତୋଳ
ଆହୁରି ଉପୁରି ଖାଇ ।
ଦେଶର ଶାସନ ପିଲା ଖେଳ ଭାବି
କାର୍ଯ୍ୟକ୍ଷେତ୍ରେ ଯାଅ ଶୋଇ ॥

ହସେ ସରକାର,ଏ ଜନେ ଛାରଖାର
ତୁମ୍ଭ , ପାପାର୍ଜିତ ଧନ କହେ ।
ସମୟର କଣ୍ଟା ଦିନ ମଲାଟରେ
ଆଜି ପ୍ରଶ୍ନବାଚୀ ଚିହ୍ନ ଦିଏ ॥

--------- O -- O --- O -------

ନାମ - ଆଶ୍ରିତ୍ ମହାପାତ୍ର
ଗ୍ରାମ- ଟାଙ୍ଗି , ଜିଲ୍ଲା-ଖୋର୍ଦ୍ଧା" ପ୍ରଶ୍ନବାଚୀ "
-------- XXX-----



ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗି, ଖୋର୍ଦ୍ଧା ଦୂରଭାଷ :