ପରିବେଶ ସୁରକ୍ଷା ଜୀବନ ରକ୍ଷା
 (ସୁରଭି-୨୦୧୯ ,ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ମୋ ବିଦ୍ୟାଳୟ ପିଲାଙ୍କ ପାଇଁ ଲିଖିତ)

  ଗାଆଁରୁ ସହର ଯୁଆଡେ ଚାହିଁବ
      ପଲିଥିନି ମାଳମାଳ
 ସଭାଜନେ ପଲିଥିନି ମାଳମାଳ
 ସିଙ୍ଗିଲି ଇଉଜ     ଗିଲାସ ସହିତ
 ପାଣି ପାଉଚର ଖେଳ ।।

ଟଏଲେଟ ନାଇଁ ଝିଅବୋହୂ ମାନେ
     ପଡିଆକୁ ନିତି ଯାନ୍ତି
 ସଭାଜନେ ପଡିଆକୁ ନିତି ଯାନ୍ତି
ଲାଜ ସରମକୁ     ପଛରେ ପକାଇ
 ଖୋଲା ହାଓ୍ବା ଖାଉଥାନ୍ତି ।।
 ଖଣି ମାଫିଆଙ୍କ   ରାଜୁତି ଚାଲିଚି
     ମାଙ୍କଡା ପଥର କଟା
ସଭାଜନେ ନିଇତି ପାହାଡ ଫଟା
ପରିବେଶ   ସନ୍ତୁ-ଳନ    ବିଗାଡଇ
 ମନଇଚ୍ଛା ଗଛ ହତ୍ୟା ।।
ଜନପଦେ ପଶି    ପଲପଲ ହାତୀ
      କରନ୍ତି ଦଳାଚକଟା
ସଭାଜନେ କରନ୍ତି ଦଳାଚକଟା
କ୍ଷେତରୁ ଫସଲ କାଟିପାରେ ନାହିଁ
  ଚାଷୀର କପାଳ ଫଟା ।।
ଭବିଷ୍ୟତ ଆମ    ଅନ୍ଧାର କରନା
     ଏବେଠୁ ସଜାଗ ହୁଅ
ସଭାଜନେ ଏବେଠୁ ସଜାଗ ହୁଅ
ବରଜ୍ଯ ବସ୍ତୁର   ପୁନଃ ବ୍ଯବହାର
  ପାଇଁ ପଦକ୍ଷେପ ନିଅ ।।
ଆବର୍ଜନା   ପରି-ମାଣ   ହ୍ରାସକର
      ପୁନଃ-ଚକ୍ରଣ କର
ସଭାଜନେ ପୁନଃ-ଚକ୍ରଣ କର
ମଳତ୍ୟାଗ ପାଇଁ  ପାଇଖାନା କରି
  ରୋଗ ଶୋକ ଦୂରକର ।।
ପ୍ଳାଷ୍ଟିକ ଦରବ    ବ୍ଯବହାର ହ୍ରାସ
     ଶପଥ କରିବା ଆସ
ସଭାଜନେ କରିବା ଶପଥ ଆସ
ସାନକୁହା ମାନ   ଗଛଟେ ଲଗାଇ
  ପାଣି ଦେଇ ବାଛ ଘାସ ।।
ସୁରଭି ମଂଚରେ     ସବୁଜ ଶପଥ
     ନିଅ ବଡସାନ ମିଶି
ସଭାଜନେ ନିଅ ସାନବଡ ମିଶି
ହେବ ସୁରକ୍ଷିତ   ଆମ ପରିବେଶ
  ସଲିଳ ସିଲଟ ଖୁସି ।।

 ସଲିଳ କୁମାର ସ୍ବାଇଁ, ଶିକ୍ଷକ
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ
  ସୁନ୍ଦରପୁର, ଟାଂଗି , ଖୋରଧା ।