ଅଜସ୍ର ପ୍ରତିଭା ଲୁକ୍କାୟିତ ଅଛି
ଏଇ ସମାଜର ବନ୍ଦୀଶାଳେ ।
ପୁଷ୍ପ କଢୀ ପରି ପ୍ରସ୍ଫୁଟିତ ପାଇଁ
ଖାଲି,ସମୟ ସଙ୍ଗତେ ଖେଳେ ॥

ଦିନ ଥିଲା ଯେବେ ହସ୍ତେ ଭିକଥାଳି
ମୁଖେ ଲୁହ ଟୋପା ଚିହ୍ନ ।
ଅଚିହ୍ନା ଅଜଣା ନିସଙ୍ଗତା ସାଥେ
ଦରିଦ୍ରତା କଲା ଭିନ୍ନ । ।

ପେଟ ପୋଷିବାକୁ ଆହାର କଣିକା
ଥିଲା ମରୁଭୂମି ଖେତ ।
କୋକିଳ କଣ୍ଠର ଚାହିଦା କୁ ଧରି
ବଢାଉ ଥିଲା ସେ ହାତ ॥

ରହିବାକୁ ନାହିଁ ବାସର ଚିହ୍ନଟ
ଲାଜ ଢାଙ୍କିବାକୁ କାନି।
ଭାଗ୍ୟ ପଶାପାଲି ପ୍ରତିଭା ଖେଳରେ
ଆଜି, ସଙ୍ଗୀତ ଜଗତେ ଧନୀ । ।

ତାରକା ସାଜିଲେ ଗୀତିକାର ମନେ
ନୂଆ ପରିଚୟ କରି ।
ସେଇ ଭିକ ଥାଳି ହାତରୁ ଖସିଲା
ସପ୍ତ ସ୍ଵର ତାଳ ଧରି ।।

ଧନ୍ୟ ଧନ୍ୟ ତୁମ୍ଭ ଲୀଳା ହେ ଈଶ୍ଵର
ଧନ୍ୟ ଏ ସଂସାର ମୟ ।
ରାନୁ ଅପା ପରି ଗଢ ଏ ଜଗତେ
ନୂଆ ପ୍ରତିଭାର ପରିଚୟ ।

_____________________

ରଚନା : Ashrit Mohapatra
ଠିକଣା : At-ratanapurpatana po-Tangi Dist-khorda
ବିଭାଗ :
ସମ୍ପାଦନ ତାରିଖ : Oct 05, 2019