ଶିକ୍ଷା ବିନା ମଣିଷ ଜୀବନ ସାର୍ଥକତା ବିହୀନ ।ଶିକ୍ଷା ହେଉଛି ମାନବୀୟ ଚେତନାର ଉର୍ଦ୍ଧ୍ବସ୍ବର ।ଶିକ୍ଷା ଶିଶୁ ର ଜୀବନରେ ପରିପୂର୍ଣ୍ଣତା ଓ ସଂସ୍କାର ଆଣିବା ଉଚିତ ।ମାନବୀୟ ମୂଲ୍ୟବୋଧ ଭିତିକ ଶିକ୍ଷା ହିଁ ଜଣେ ଶିଶୁର ପୂର୍ଣ୍ଣ ବିକାଶ ଆଣିଦିଏ ।1919 ମସିହାରେ ପ୍ରତିଷ୍ଠିତ ଓଡିଶା ର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ସତ୍ୟବାଦୀ ବନ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପଞ୍ଚସଖା ମାନବୀୟ ମୂଲ୍ୟବୋଧ ଶିକ୍ଷା କୁ ବେଶ୍ ଭଲ ବୁଝିପାରି ପୁରୀ ଜିଲ୍ଲା ସତ୍ୟବାଦୀର ଏକ ଶାନ୍ତ ମନରୋମ ବକୁଳ ବନ ଭିତରେ ପ୍ରତିଷ୍ଠା କରିଥିଲେ ସତ୍ୟବାଦୀ ବନ ବିଦ୍ୟାଳୟ।ଆମେ ସମସ୍ତେ ଏବେ ବି ହୃଦୟ ରେ ପଞ୍ଚସଖା ସେମାନଙ୍କ ର ସେବା ମନୋଭାବ ତଥା ସେଠିକାର ଶିକ୍ଷାଦାନ ପଦ୍ଧତି କୁ ମନେପକାଉଅଛୁ।ବର୍ତ୍ତମାନ ଯୁଗ ବଦଳିଛି ।ଶିକ୍ଷା ପ୍ରତିଯୋଗୀତା ଓ ପ୍ରତିଦ୍ବନ୍ଦିତା ତଥା ବେପାର ସର୍ବସ୍ଵ ହୋଇସାରିଛି।ଯେତେ ସୁଉଚ୍ଚ ଅଟାଳିକା ଉନ୍ନତମାନର କ୍ଲାସରୁମ ପରିବେଶ ତଥା ହଷ୍ଟେଲ,ଭଲ ଖାଇବା ଓ ଟେକ୍ନୋଲୋଜୀ ର ବ୍ୟବହାର କରି ଶିକ୍ଷାଦାନ କରାଯାଏ ସେତେ ଶିକ୍ଷାର୍ଥୀ ଅନୁଷ୍ଠାନ କୁ ଆସିବେ ।ଏହା ଦ୍ବାରା ଅନୁଷ୍ଠାନ ଲାଭବାନ ହୋଇପାରିବ ।ଏବେ ବିଭିନ୍ନ ପଡୋଶୀ ରାଜ୍ୟ ଶିକ୍ଷାର୍ଥୀ ମାନଙ୍କୁ ଆକୃଷ୍ଟ କରିବା ଶିଖିଗଲେଣି ।ସେମାନେ ସ୍ମାର୍ଟକ୍ଲାସରୁମ୍ ଏମିତିକି ଏସି ବାତାନୁକୁଳିତରୁମ୍ ପାଇଁ ଅଲଗା ଏବଂ ବିନା ଏସି ବାତାନୁକୁଳିତରୁମ୍ ପାଇଁ ଅଲଗା ଟଙ୍କା ନେଉଛନ୍ତି ।ସେହିପରି ଏସି ବାତାନୁକୁଳିତ ହଷ୍ଟେଲ ଓ ବିନା ଏସି ହଷ୍ଟେଲ ପାଇଁ ଅଲଗା ଟଙ୍କା ଆଦାୟ କରୁଛନ୍ତି ।ସ୍ବତନ୍ତ୍ର କୋଚିଂ ପାଇଁ ଟଙ୍କା ବାନ୍ଧିବାକୁ ଅବିଭାବକଙ୍କୁ କୁହାଯାଏ ।ପିଲାଙ୍କ ଭବିଷ୍ୟତକୁ ଅନେଇ ଟଙ୍କା ଗଣନ୍ତି ମାତାପିତା।ବର୍ତ୍ତମାନ ପରିସ୍ଥିତିରେ ଓଡିଶା ର ବେସରକାରୀ ଶିକ୍ଷାଅନୁଷ୍ଠାନ ଭିତରେ ଶିକ୍ଷା ବିକାଶ ସମିତି ଦ୍ବାରା ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଉପରେ ଦୃଷ୍ଟି ଦେବା ।1952 ମସିହାରେ ଉତ୍ତରପ୍ରଦେଶର ଗୋରଖପୁରରେ ବିଦ୍ୟାଭାରତୀ ର ତତ୍ତ୍ବାବଧାନରେ ପ୍ରଥମେ ଶିଶୁମନ୍ଦିରର ଶୁଭାରମ୍ଭ ହୋଇଥିଲା।1977 ମସିହାରେ ଶିକ୍ଷା ବିକାଶ ସମିତି ଦ୍ବାରା ଶିଶୁ ମନ୍ଦିର ଓଡିଶାରେ ଆରମ୍ଭ କରାଗଲା ।ଭାରତୀୟ ସଂସ୍କୃତି ଆଧାରିତ ଶିକ୍ଷାଦାନ କୁ ଗୁରୁତ୍ବ ଦିଆଗଲା ।ବହୁ ଘାତପ୍ରତିଘାତପରେ ଶିଶୁ ମନ୍ଦିର ଗୁଡିକ ପ୍ରାରମ୍ଭ ରୁ ପଞ୍ଚମ ଶ୍ରେଣୀ ପରେ ଦଶମ ଶ୍ରେଣୀଯାଏଁ ବା ବିଦ୍ୟାମନ୍ଦିର ଚାଲିବାରେ ସଫଳ ହେଲା।ଓଡିଶା ର ଭୁବନେଶ୍ବର ବ୍ରହ୍ମପୁର ଠାରେ ଯୁକ୍ତ ଦୁଇ ଓ ସ୍ନାତକ ସ୍ତରରେ ବି ଶିଶୁମନ୍ଦିର ମହାବିଦ୍ୟାଳୟ ଖୋଲିଲାଣି।ଶିଶୁ ବିଦ୍ୟାମନ୍ଦିର ପରିଚାଳନା ପାଇଁ ଶିକ୍ଷା ବିକାଶ ସମିତି ଓଡିଶା ର ପୂର୍ବ ସମ୍ବାଗ,ପଶ୍ଚିମ ସମ୍ଭାଗ,ଉତ୍ତର ସମ୍ଭାଗ ଓ ଦକ୍ଷିଣ ସମ୍ଭାଗ ରହିଛି ।ଦକ୍ଷଣ ସମ୍ଭାଗ ରେ ରାୟଗଡା ଜିଲ୍ଲା ସମେତ କୋରାପୁଟ,ନବରଙ୍ଗପୁର,ମାନକାନଗିରି ଓ କଳାହାଣ୍ଡି ଭଳି ପାଞ୍ଚ ଟି ଜିଲ୍ଲା ର ଶିଶୁବିଦ୍ୟାମନ୍ଦିର ଗୁଡିକ ରହିଛି ।ଦକ୍ଷିଣ ସମ୍ଭାଗରେ ବର୍ଷ ବର୍ଷ ଧରି କେତେକ ଶିଶୁବିଦ୍ୟାମନ୍ଦିର ଗୁଡିକରେ ଅସ୍ଥିରତା ଓ ଅବ୍ୟବସ୍ଥା ଲାଗିରହୁଛି।ସମ୍ଭାଗ ସ୍ତରରେ ପରିଚାଳନା ପାଇଁ ସମ୍ଭାଗ ସଭାପତି,ସମ୍ଭାଗ ସମ୍ପାଦକ,ସଂଯୋଜକ ଙ୍କ ଦାୟିତ୍ବ କୁ ପ୍ରମୂଖତା ରହିଥାଏ।ଅନ୍ୟ ସଦସ୍ୟଙ୍କ ଉପସ୍ଥିତି ର ସେତେଟା ଗୁରୁତ୍ବପୂର୍ଣ୍ଣ ନ ଥାଏ।ସେହିପରି ଶିଶୁବିଦ୍ୟାମନ୍ଦିର ସ୍ତରରେ ପରିଚାଳନା କମିଟି ସେଇ ଅଞ୍ଚଳରେ ଥିବା ଶିକ୍ଷତ ଭଲ ଲୋକ ରାଷ୍ଟିୟ ସ୍ବୟଂସେବକ ସଂଘ ସମ୍ପର୍କିତ ବ୍ୟକ୍ତି ରିଷ୍ଟ୍ରବାଦୀ ଚିନ୍ତାଧାରା ବ୍ୟକ୍ତି ବିଶେଷ ଓ ଅଭିଭାବକଙ୍କ ମଧ୍ୟ ରୁ ଚୟନ କରନ୍ତି ସମ୍ଭାଗ କାର୍ଯ୍ୟକର୍ତ୍ତା।ଏଠି ମଧ୍ୟ ସମ୍ପାଦକ ହିଁ କାର୍ଯ୍ୟଭାର ସମ୍ଭାଳିଥାଆନ୍ତି।ଆଉ ସବୁ ସଦସ୍ୟ ମାନଙ୍କ ଗୁରୁତ୍ବ କୁ ଅଣଦେଖା କରାଯାଏ।ସମ୍ଭାଗ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ପରିଚାଳନା ସଂସ୍ଥା ର ସମ୍ପାଦକ ତଥା ସଂଯୋଜକଙ୍କ ଅପାରଗତା ଯୋଗୁଁ କମିଟି ଗୁଡିକ ବର୍ତ୍ତମାନ ସ୍ଥାଣୁ ପାଲଟୁଛି ।ଭଲ ଲୋକଙ୍କୁ ଚୟନ କରିବା ସମ୍ଭାଗ ସ୍ତରରେ ତପ୍ତରତା ପ୍ରକାଶ କରାଯାଉନାହିଁ ।ଯେଉଁମାନେ ସମ୍ଭାଗର ସମ୍ପାଦକ ଙ୍କ ଘନିଷ୍ଠ ହେଲା ସେ ସମ୍ପାଦକ ପଦବୀ ପାଇଁ ଯୋଗ୍ୟ ବୋଲି ସମ୍ଭାଗ ବୁଝିନେଲା।ଫଳରେ ଯୋଗ୍ୟ ଓ ଯୋଗ୍ୟତା ଥିବା ବ୍ୟକ୍ତି ବିଶେଷମାନଙ୍କୁ ଅଣଦେଖା କରାଗଲା ।ବର୍ତ୍ତମାନ ର ଦକ୍ଷିଣ ସମ୍ଭାଗ କାର୍ଯ୍ୟକର୍ତ୍ତା ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ପ୍ରଧାନାଚାର୍ଯ୍ୟମାନେ ବର୍ଷ ବର୍ଷ ଧରି ସେବାକରି ତଥା ସ୍ବଳ୍ପ ଦରମା ପାଇ ଦୁରଦୁରାନ୍ତରକୁ ବଦଳି ହୋଇଛନ୍ତି ।ବଦଳି ବେଳେ ସମ୍ଭାଗ ଚିନ୍ତାକଲାନି ଯେ ସେମାନେ କେତେ ବର୍ଷ ର ସେବାବ୍ରତୀ ସେମାନଙ୍କ ପିଲାଛୁଆ ଙ୍କ ଶିକ୍ଷା ତଥା ପରିବାରଙ୍କୁ ଅଣଦେଖା କରାଗଲା।ଏମିତି କି ସମ୍ଭାଗର ବୋଲକରା ମାନଙ୍କୁ ଗୋଟିଏ ଦୃଷ୍ଟି ଓ ସମ୍ଭାଗ ସହ ଯୋଗାଯୋଗରେ ନ ଥିବା କେତେକ ନିର୍ଦ୍ଦିଷ୍ଟ ପ୍ରଧାନାଚାର୍ଯ୍ୟ ମାନଙ୍କୁ ତଳ ପଦବୀ କୁ ଖସାଇ ଆଚାର୍ଯ୍ୟ କରିଦିଆଯାଇଛି ।ଏହା ସମ୍ବିଧାନ ବିରୁଦ୍ଧ ନୁହେଁ କି ?କେଉଁ ନିୟମକୁ ଆଧାରକରି ସମ୍ଭାଗ ସମ୍ପାଦକ ଏଭଳି ପଦକ୍ଷେପ ନେଇଛନ୍ତି! ଶିକ୍ଷା ବିକାଶ ସମିତି ଏ ସମ୍ପର୍କରେ ଅବଗତ ହେବା ଉଚିତ୍ ନୁହେଁ କି !ପରିଚାଳନା ଗତ ତୃଟି ଯୋଗୁଁ ଆଜିର ନାମକରା ଶିକ୍ଷାନୁଷ୍ଠାନରେ ବିଶୃଙ୍ଖଳା ତଥା କ୍ଷମତାର ଅପବ୍ୟବହାର ବଢିବାରେ ଲାଗିଛି।ମୁଁ ଜାଣିବାରେ ଜଣେ ବ୍ୟକ୍ତି ପଦର୍ନୋତି ପାଇଲେ ବରିଷ୍ଠ ହୁଏ।ପରବର୍ତ୍ତୀ ଉଚ୍ଚ ପଦବୀ କୁ ଯାଇ ଭଲ ଦରମା ପାଏ ।ଏଠି ହେଡମାଷ୍ଟର ପଦବୀରୁ ତଳକୁ ଆଣି ଶିକ୍ଷକ କରାଯିବା ପ୍ରକ୍ରିୟା କିଏ ସୃଷ୍ଟି କଲା ଓ କାହିଁକି? ଏକ ରାଷ୍ଟବାଦୀ ଶିକ୍ଷାନୁଷ୍ଠାନ ର ଶୃଙ୍ଖଳା ଓ ଶୃଙ୍ଖଳିତ ଶିକ୍ଷାପଦ୍ଧତିକୁ ଆହୁରି ଆକର୍ଷଣୀୟ କରାଯିବାକୁ ହେଲେ ପରିବର୍ତ୍ତନ ର ଆବଶ୍ୟକତା ରହିଛି ।ବରିଷ୍ଠ ତଥା ବୟସାଧିକ ବୁଦ୍ଧିଜୀବୀ ମାନଙ୍କୁ ମାର୍ଗଦର୍ଶକ ମଣ୍ଡଳୀ ରେ ରଖାଯାଇ ଯୁବ ବ୍ୟକ୍ତି ତଥା ରାଷ୍ଟବାଦୀ ବ୍ୟକ୍ତିତ୍ବ ମାନଙ୍କୁ ସମ୍ଭାଗ ତଥା ଶିଶୁ ବିଦ୍ୟା ମନ୍ଦିର କମିଟିରେ ସ୍ଥାନ ଦିଆଯିବା ଉଚିତ୍ ନୁହେଁ କି !ବରିଷ୍ଠତା କୁ ଆଧାରକରି ଶିଶୁବିଦ୍ୟାମନ୍ଦିର ଆଚାର୍ଯ୍ୟ ତଥା ଆଚାର୍ଯ୍ୟା ମାନଙ୍କୁ ବି ପରିବର୍ତ୍ତନ କରାଯିବା ଉଚିତ ।ତେଣୁ ଉତ୍କଳମଣି ଗୋପବନ୍ଧୁ କହିଥିଲେ-ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେଯିଏ ନରକର୍ମ ଏକାତା'ର ଜୀବନର ମାନଦଣ୍ତ ।।ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ପରିବର୍ତ୍ତନ ରେ ହିଁ ଶିକ୍ଷା ବିକାଶ ସମିତି ର ବିକାଶର ଗାଡି ଚାଲିବା ମନେହୁଏ ଏବଂ ଏକ ରୁଚିପୂର୍ଣ୍ଣ ଶିକ୍ଷା ଦିଗରେ ଓଡିଶା ର ବେସରକାରୀ ପୁରାତନ ଶିକ୍ଷା ଅନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆହୁରି ଆକର୍ଷଣୀୟ ହୋଇପାରିବ ।ଏଥିରେ ସନ୍ଦହ ନାହିଁ। 


Writer's Details: ନିରଞ୍ଜନ ନାୟକ
   ଟିକିରି, କାଶିପୁର, ରାୟଗଡା
   Email: niranjannayak6@gmail.com
   ମୋ-9437317417

Content Category:
Submission Date: Sep 11, 2019