ପରମ ପୂଜ୍ୟ ହେ ବିଶ୍ୱନିୟନ୍ତା,


ଆପଣଙ୍କ ଚରଣାରବିନ୍ଦରେ ମୋର କୋଟି କୋଟି ପ୍ରଣାମ।ହେ ପ୍ରଭୂ ମୋର ନୟନର ଲୋତକ ରୂପୀ ଝରଣାରେ ଆପଣଙ୍କ ପାଦ ପ୍ରକ୍ଷାଳିତ କରୁଛି ମୋର ଅନ୍ତରର ମନ୍ଦିର ରେ ଯେଉଁଠି ଆପଣ ସର୍ବଦା ବିଦ୍ୟମାନ। ଏ ଅଧମ କଣ ବା ଲେଖିବ ଆପଣଙ୍କ ଉଦ୍ଦେଶ୍ୟରେ।ଧନ୍ୟବାଦ ଆପଣଙ୍କୁ ଦେବା ପାଇଁ ଏ ଚିଠିରେ ପ୍ରୟାସ କରୁଛି।କି ଭାଷାରେ କି ଶଦ୍ଦର ଅଳଙ୍କାରରେ ସଜାଇ ଏ ଚିଠି ଟି ଲେଖିବି ଜାଣି ପାରୁ ନାହିଁ। ତଥାପି ଲେଖିବାର ନିଶା ମନୋବଳକୁ ଉତ୍ସାହିତ କରୁଛି।



ମତେ ଏତେ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଧରଣୀରେ ମଣିଷ ଜନମ ଟେ ଦେଇ ଧନ୍ୟ କରିଛନ୍ତି ଆପଣ ପୁଣି ପବିତ୍ର ଶ୍ରୀକ୍ଷେତ୍ର ଧାମ ରେ।ଆଉ ବାପା ମାଆ ରୂପେ ଯେଉଁ ଚଳନ୍ତି ପ୍ରତିମା ଙ୍କ କୋଳରେ ଏ ସଂସାର କୁ ଆସି ଆପଣ ଙ୍କ ସହିତ ପରିଚିତ ହେଲି ସେଥିପାଇଁ ମୁଁ କୃତଜ୍ଞତା ଜଣାଉଛି।ତା ପରେ ଏତେ ବଡ଼ ଯୌଥ ପରିବାର ସହିତ ଜଡିତ।ଜେଜେ ବାପା ମା ,ଦଦେଇ ଦେଠେଇ,କକା ଖୁଡି,ପିଉସା ପିଉସୀ ,ଅଜା ଆଈ,ମଉସା ମାଉସୀ,ମାମୁଁ ମାଇଁ ଆଉ ଭାଇ ଭଉଣୀ ମାନଙ୍କୁ ନେଇ ଯେଉଁ ସ୍ନେହ ଓ ଆନନ୍ଦ ର ଶ୍ରାବଣୀ ଅନବରତ ଝରୁଥାଏ ତା ପାଇଁ ବି ଧନ୍ୟବାଦ। ଗୋଟେ ଝିଅ ଜନ୍ମରେ ୨ୟ ପରିବାର ସହିତ ସମ୍ପର୍କ ହୁଏ ସେ ହେଉଛି ତାର ଶ୍ୱଶୁରାଳୟ ତାହା ବି ଦେଇଛ ସ୍ୱାମୀ ଶାଶୁ ଶଶୁର ଦିଅର ନଣନ୍ଦ ଯାଆ ଏକ ପୂର୍ଣ୍ଣ ପରିବାର ।ସେଥି ସହିତ ଝିଆରୀ ଆଉ ଭଣଜା।ମୋ ଜୀବନ ବଗିଚାକୁ ସୁନ୍ଦର କରିବା ପାଇଁ ଦେଇଛ ଦୁଇଟି ସୁନ୍ଦର କଢି ପୁଅ ଝିଅ ରୂପ ରେ।ଅନେକ ଭଲ ପାଉଥିବା ଶୁଭାକାଂକ୍ଷୀ ଆଉ ସାଙ୍ଗସାଥୀ ମେଳ ଖଞ୍ଜି ଦେଇଛନ୍ତି ଆପଣ ମୋ ସହିତ। ଦୁଇ ମୁଠା ଦାନା ପିନ୍ଧିବାକୁ କନା ଯୋଗାଇଛନ୍ତି ଆପଣ ଆଉ କଣ ମାଗିବି? ସବୁ ଦେଇ ଧନ୍ୟ ହୋଇଛି ମୁଁ।ଖାଲି ଶେଷ ଇଛା ଦୁଇଟି ମାଗୁଛି ହେ ମହାବାହୁ,ଅହ୍ୟରାଣୀ ହୋଇ ସଂସାରରୁ ବିଦାୟ ନେବି ମଥାରେ ସିନ୍ଦୁର ଆଉ ହାତରେ ଶଙ୍ଖା ଆଉ ସ୍ୱାମୀଙ୍କ କୋଳରେ ମଥା।ଆଉ ଜୀବ ଗଲା ବେଳେ ମୋ ଆଖି ରେ ଆପଣଙ୍କ ଦର୍ଶନ ଥିବ।ଆଶା ଏହି ଇଛା ଦୁଇଟି ପୁରା କରିବେ ଆପଣ ଅନ୍ତର୍ଯ୍ୟାମୀ।

ଏତିକି ରେ ଇତି କରୁଛି।
ଆପଣ ଙ୍କ ସୃଷ୍ଟି ର ଏକ ସାଧାରଣ ସୃଷ୍ଟି🙏

 
Writer's Details: Tapaswini Dash Sarangi,Bangalore
Content Category:
Submission Date: Aug 07, 2019