(ଅଗଷ୍ଟ -୨୧ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ)

ନାଗରିକ ମଧ୍ଯେ ଅଟେ ଯେ ବରିଷ୍ଠ
ଜ୍ଞାନ, ବୁଦ୍ଧି, ବୟସରେ
ସନମାନ ଦେବା ଆଦର କରିବା
ଭରା ଆମ ସଂସ୍କୃତିରେ ।
ଅନୁଭୂତି ତାଙ୍କ ଲଗିଥାଏ କାମ
ଜାଣନ୍ତି ସବୁରି ଚାବି
ଦୁଷ୍କର ପଥକୁ କରନ୍ତି ସହଜ
ଦେଖ ଥରେ ତୁମେ ଭାବି ।
ସିଏ ପରା ଆମ ନିଜ ପିତାମାତା
ଗୁରୁଜନ ସହୋଦର
ତାଙ୍କୁ ଛାଡି କିବା ଜୀବନ ଜୀଇଁବା
ଜଗତେ ଦିଶେ ସୁନ୍ଦର !
ତାଙ୍କ ହାତ ଗଢା ଆମେତ ପିତୁଳା
ଜୀବନ୍ତ ଠାକୁର ସିଏ
ପିତ୍ତଳ, ପାଷାଣ ଦାରୁ ମୂର୍ତ୍ତି କିବା
ଜୀବନକୁ ଗଢି ଥାଏ !
ଯେତେ ବୃଦ୍ଧାଶ୍ରମ ସେସବୁ କଳଙ୍କ
ଆମରି ସମାଜ ଲାଗି
ମୁନୀ,ଋଷି, ଯତି ଯେ ଦେଶ ସମ୍ପତ୍ତି
ପାପରେ ହେବାକି ଭାଗୀ ।
ହୃଦେ ଥରେ ଚିନ୍ତ ଭାରତ କୁମର
କେଉଁ ପନ୍ଥା ଅଟେ ଶ୍ରେୟଃ
ଶୁଝି ପାରିବାକି ଜୀବନେ ଆମର
ସୁଧ ସହ ମୂଳ ଦେୟ ।

Writer's Details: ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦
Content Category:
Submission Date: Aug 21, 2019