ଆଜି କାଲି ଭଳି ଲାଗୁଛି ଯେତେବେଳେ ମୁଁ ମୋ ପୁରୁଣା ସ୍କୁଲ ଛାଡି ଆମ ସହର ଛାଡି ନୂଆ ସହର ରେ ନୂଆ ସ୍କୁଲ ରେ ପାଦ ଦେଲି,ସମୟ ସାଙ୍ଗେ ତାଳ ମିଶାଇ ଚାଲିଥିଲି... । ବହୁତ ବଡ ନ ହେଲେ ବି ଗୋଟେ ଛୋଟିଆ ବ୍ୟବସାୟ ଆରମ୍ଭ କରି ମାସକୁ କିଛି ପଇସା ରୋଜଗାର କରୁଥିଲି । କେବେ ଭାବି ନଥିଲି ମୋ ପିଲା ବେଳ ର ସାଙ୍ଗ ଯା ଥାଳି ରୁ ମୁଁ ଭାତ ଟିକେ ପାଇଁ ତରସୁଥିଲି, ଯାହା ଘରେ ମୁଁ ରହିଥିଲି, ସେ ଆଜି ମୋ ପାଖକୁ କାମ ଆଶା ରେ ଧାଇଁ ଆସିବ । ମୋ ପ୍ରିୟ ବୁନୁ.. ଯାହା ପାଇଁ ଆଜି ମୁଁ ନିଜକୁ ସମାଜ ଆଗରେ ପ୍ରତିଷ୍ଠିତ କରିପାରିଛି । ହେଲେ ତାକୁ ହିଁ ମୁଁ ଭୁଲି ଯାଇଛି । ମୋ ସ୍କୁଲର ସେ ପ୍ରତିଟି ଦିନ ଆଜି ମନେ ପଡେ । ମୋ ପ୍ରିୟ ବୁନୁ ପାଇଁ ଏ ଲେଖା । Happy Friendship Day ମୋ ସ୍ନେହର ବୁନୁ.. କ୍ଷମା କରିଦେବୁ । ଚାହିଁଥିଲେ ମୁଁ ତୋ ପାଖକୁ ଯାଇପାରିଥାନ୍ତି କିନ୍ତୁ ଯାଇ ପାରିଲି ନାହିଁ । ଛାଡ଼ ଗଲା କଥା ଗଲାଣି । ନୂଆ ସମୟର ଆରମ୍ଭ । କାଲି ଅଫିସ ଆସିବୁ । ତୋର ଡେସ୍କ ମୁଁ ନିଜେ ସଜାଡିଛି.. । ତୋତେ କାମ ଦେବାରେ ମୋର କିଛି ହାତ ନାହିଁ.. । କିନ୍ତୁ ମୋତେ ଏତେ ବଡ କରିବାରେ ତୋର ବହୁତ ଅବଦାନ ରହିଛି 

Writer's Details: ସତ୍ୟଜିତ ରାଉତ
ବରମୁଣ୍ଡା, ଭୁବନେଶ୍ୱର, ଓଡିଶା
Content Category:
Submission Date: Aug 06, 2019