ସହଜରେ କେବେ 
ବୁଝିତ ହୁଏନି
ପ୍ରେମ ବିରହର ଗାଥା
କହି ହୁଏ ନାହିଁ
ସହି ହୁଏ ନାହିଁ
ଅବ୍ୟକ୍ତ ଅକୁହା ବ୍ୟଥା ୲୲

ମିଳନ ବିରହ
ବିରହ ମିଳନ
ଅବୁଝା ଗଣିତ ଧାରା
କିଏ ଜିତେ ଏଠି
କିଏ ଯାଏ ହାରି
ପଥ ଯେ କଣ୍ଟକ ଭରା ୲୲

କେବେ ସେ ଫଗୁଣେ
କେବେ ଶ୍ରାବଣରେ
ଅଙ୍ଗେ ଅଙ୍ଗେ ପ୍ରୀତି ଫୁଲ
ହୃଦ ପୁସ୍ତକର
ପୃଷ୍ଠାରେ ପୃଷ୍ଠାରେ
ଲିପିବଦ୍ଧ ସ୍ମୃତି ଚିର ୲୲

ଦୂରେ ଥିଲେ ସାଥୀ
ଝୁରେ ଏହି ମନ
ବିରହରେ ଜଳି ଜଳି
ମିଳନର ସେହି
ମଧୁର ଲଗନ
ସଦା ହେଉଥାଏ ଭାଳି ୲୲

ଝୁରେ ନୀଳ କଇଁ
ତା' ଶଶାଙ୍କ ପାଇଁ
ପଦ୍ମ ଝୁରେ ଦିବାକର
ରାଇ ମନ ଝୁରେ
ଯମୁନାର କୂଳ
ଆତ୍ମା ତା'ର ବଂଶୀଧର ୲୲

ପ୍ରେମ ଯେ ଶାଶ୍ଵତ
ସତ୍ୟ ଚିରନ୍ତନ
ତ୍ୟାଗ ତପସ୍ୟାର ଗୀତି
ଯୁଗ ପରେ ଯୁଗ
ଯାଏ ସିନା ବିତି
ପ୍ରେମର ହୁଏନି ଇତି ୲୲

Writer's Details: ସଂଯୁକ୍ତା ରାଉତ , ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Aug 12, 2019