ମାନବ ଜୀବନ ସାର ଏ ସୃଷ୍ଟିରେ
ସେବା ତା ମହାନ ଧର୍ମ
ମଣିଷର ସେବା ମଣିଷ କରିଲେ
ସେ ପରା ମହାମାନବ,
ଏ'ତ ଜୀବନର ଶ୍ରେଷ୍ଠ କର୍ମ ।
ସେବା ସୌହାର୍ଦ୍ଦ୍ୟର
ଜୀବନ୍ତ ପ୍ରତୀକ
ମମତାର ପଞ୍ଚଜନ୍ୟ
ହୃଦୟର ଦୁଃଖ
ବୁଝିପାରେ ଯିଏ
ସିଏ ତ ଜାଗତେ ଧନ୍ଯ ।
ମାନବର ସେବା ମାଧବର ସେବା
କହିଲେ ବିବେକାନନ୍ଦ
ସମାଜ ସେବାର ଅମୂଲ୍ୟ ବାର୍ତ୍ତା
ଭରିଲେ ଜୀବନେ ନିତ୍ଯ,
ଆଜି ସେଇ ସ୍ବର
ଝଂକୃତ ହୋଇ
ହୃଦୟେ ଭରେ ଆନନ୍ଦ ।
ମମତାର ମଧୁ ଚଖାଇ ଦେଲେ ସେ
ମଦର ଟେରେସା ନାମ
ମାନବ ସେବାର ପୂଣ୍ୟ ନିଦର୍ଶନ
ଦେଇ ହୋଇଲେ ମହାନ
ଚକିତ ହୋଇଲା ବିଶ୍ବ ଭୂବନ
ଯାହା ଇତିହାସ କରେ ଗାନ ।
ସେବା ବିନା କାହିଁ ମାନବ ଆସନ
ବୃଥା ସିନା ଏ ଶରୀର
ଧନ୍ଯ ଗୋପବନ୍ଧୁ ପ୍ରତୀକ ସାଜିଲେ
ଭାବିଲେନି ନିଜ ପର,
ବିଶ୍ବ ଗାଉଛି ମୁକ୍ତ କଣ୍ଠରେ
ଯଶ ଅମ୍ଳାନ ଯାର,
ଅଛିକି ତୁଳନା
ହେ ବିଶ୍ବ ମାନବ
ସେଇ ସେବା ଧର୍ମର ??
ଅଳିକ ଜୀବନ
ଅନିଶ୍ଚିତ ପୁଣି
କିଏ ଜାଣେ କେବେ
ଛୁଟିବ ଘଟଯେ କାର
କା ଆଖିରୁ ଲୁହ ପୋଛିଦେଇ ଚାଲ
ଭରିବା ହସ ଜୁଆର ,
ମାନବ ସେବାର ଆହ୍ଵାନ ତୋଳିବା
କରିବା ଜୀବନ ସାର ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।
Content Category:
Submission Date: Aug 11, 2019