ବାସ୍ତରି ବରଷ ଥିଲା ଗୋ ବିରସ
ଭାରତ ମାତାଙ୍କ ମୁହଁ
ସ୍ବାଧୀନ ହୋଇବି ପରାଧିନା ପରି
ଢାଳୁଥିଲା ଆଖି ଲୁହ ।
ନରେନ୍ଦ୍ର ମୋଦିଙ୍କ ପରି ସୁନା ପୁଅ
ମାଆର ଦୁଃଖକୁ ବୁଝି
ତ୍ରିଶତ ସତୁରି ଧାରା ଉଠାଇଲେ
ବିରୋଧୀଙ୍କ ସହ ଜୁଝି ।
ଖୁସିର ଲହରୀ ଖେଳିଯାଏ ପୁଣି
ଦେଶ କୋଣ ଅନୁକୋଣ
ଆଗାମୀ ସୂରୁଜ ବୁଣିବ ମୁରୁଜ
ସୁଖ ଢାଳି ପ୍ରତି କ୍ଷଣ ।
କାଶମୀର ଠାରୁ କୁମାରୀକା ଯାଏଁ
ତ୍ରିରଙ୍ଗା ଉଡିବ ଏବେ
ବାସ୍ତରି ବରଷ ହୋଇବି ସ୍ବାଧୀନ
ଯାହା ନୋହିଥିଲା କେବେ ।
ଅଖଣ୍ଡ ଭାରତ ଏକ ସମ୍ବିଧାନ
ଦେଖିବାକୁ ଥିଲା ବାକି
ସନ୍ତ୍ରାସବାଦୀଙ୍କ ହୋଇବ ବିନାଶ
ଶାନ୍ତିକୁ ଆଣିବ ଡାକି ।
ହେ ଶ୍ଯାମାପ୍ରସାଦ ସର୍ଦ୍ଦାର ପଟେଲ
ଘେନ ଏହି ଶ୍ରଦ୍ଧାଞ୍ଜଳି
ତୁମରି ସପନ ହୋଇଲା ପୂରଣ
ମନ ଖେଳେ ଆମ ଦୋଳି।
-------------
ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦