ସାହିତ୍ୟ ସତେଜ ପ୍ରେମ ସାଜିଥାଏ
କବିତା ସାଥିରେ ମିଶି,
କବିତା ଏମିତି ପ୍ରେମ କରୁଥାଏ
ହୃଦୟର ମର୍ମେ ପଶି.
ଭାବ ତ ଦୁହିଁଙ୍କ ନିଶ୍ବାସ ପ୍ରଶ୍ବାସ
ବ୍ୟାକରଣ ସଂସ୍କୃତରେ
ଭୂଗୋଳ ସଜାଏ ଇତିହାସ ରଚି
ବିଜ୍ଞାନର ମାନବରେ.
ନିର୍ମେଘେ ବରଷେ ନିଦାଘର ଜଳ
ଶୁଷ୍କ ନଈ ନୀର ପୂର୍ଣ୍ଣା,
ପବନ ନ ଥାଏ ମଳୟ ବୁହାଏ
ଋତୁ ରୀତିମତେ ସିନା.
ବ୍ରୁକ୍ଷ ନାହିଁ ଦେଖ ଚହଲେ ସମୀରେ
ପତ୍ର ରାଜିତ କଳି,
ସପ୍ତ ପାତାଳ ଓ ସସାଗରା ଧରା
ସାହିତ୍ୟ ସିନ୍ଧୁ ଲହଡି.
ପାରିହେବା ଯଦି କବିତା ସାଗର 
ପଦ, ଶବ୍ଦ, ଛନ୍ଦ, ନାବେ, 
ବସି ରସୁଥିବ ଭାବ ସାଗରରେ 
କବିତା ର ପ୍ରେମ ଭାବେ. 

ବିଷ୍ଣୁ ପ୍ରସାଦ ମିଶ୍ର 
କୋରାପୁଟ 
9124049129