ମନ କଥା ପ୍ରଭୂ ତୁମରି ପାଶେ - ତପସ୍ଵିନୀ ଦାଶ ଷଡଙ୍ଗୀ

0
କାହିଁକି ମାଗିବି ଦିଅ ମୋତେ କିଛି
ମାଗିକି ମାଗନ୍ତା ହେବି ନାହିଁ ହେ
ଦେଇଛ ଯେତିକି ସେତିକିରେ ଖୁସି
ତୁମର ଚିନ୍ତନ କରୁଥିବି ହେ।
ଧନ ବଇଭବ କିଛି ଦିନ ପାଇଁ
ତୁମର କରୁଣା ମିଳୁଥାଉ ହେ
ଲୋଭ ମୋହ ପଛେ ଧାଇଁବିନି ପ୍ରଭୂ
ତୁମର ସାନ୍ନିଧ୍ୟ ଇଛା କରୁଥିବି ହେ।
ସତ୍ୟ ଧର୍ମ ପଥେ ଥିବି ଯଦି ମୁହିଁ
ତୁମେ ମୋର ସାଥେ ରହୁଥିବ ହେ
ତୁଛ ଏ ଜୀବନ କିଛି ଦିନ ପାଇଁ
ତୁମ ସେବାରେ ମନ ଦେଉଥିବି ହେ।
ଜଳ ବିନା ମୀନ ହନ୍ତସନ୍ତ ସିନା
ତୁମ ବିନା ଛଟପଟ ମୁଁ ହୁଏ ହେ
ତୁମେ ମୋର ହାତ ଧରିଛ ବୋଲିକି
ମନେ ଆଶା କେତେ ବାନ୍ଧିଅଛି ହେ।
ଥକିଯିବି ଯଦି ଏ ଜୀବନ ସୁଅରେ
ହସ୍ତ ଧରି ଅଡାଇ ଦେବ ହେ
ପଥେ ମୋ ସାଥିରେ ପଥିକଟି ସାଜି
ଅବାଟୁ ଦୂରରେ ରଖୁଥିବ ହେ।
କରୁଣାମୟ ହେ ଏତିକି କରୁଣା
ମୋର ପ୍ରତି ସବୁଦିନ ଥାଉ ହେ
ଜାଣେନା ଏ ପ୍ରାଣ କେତେ ଦିନ ପାଇଁ
ଉଡିଯିବ ପକ୍ଷୀ କେତେବେଳେ ହେ।

Writer's Details: Tapaswini Dash Sarangi
Content Category:
Submission Date: Aug 20, 2019

Post a Comment

0Comments
Post a Comment (0)