ମା' ଶାରଦେ ହେ ବରଦେ - ରଙ୍ଗନାଥ ରଥ

0
ମା' ଶାରଦେ ହେ ବରଦେ 
ତବ ପଦେ ନିରାଜନା
ଦୂର ହେଉ ମୋର ଅଜ୍ଞାନ ଅନ୍ଧାର
ମୋ ବିନତି କର ଘେନା ॥୦॥

ଦେବୀ ଭଗବତୀ ବୀଣା ପୁସ୍ତକଧାରିଣୀ
ଶ୍ୱେତାଭରଣ ଭୂଷଣା
ମାଆ କବିଜନନୀ ଶୁଦ୍ଧଜ୍ଞାନ ପ୍ରଦାୟିନୀ
ହୁଅ ବାରେ ସୁପ୍ରସନ୍ନା ॥୧॥
ତବ ପଦେ ନିରାଜନା

ଶ୍ୱେତ ପଦ୍ମାସନା ହସ୍ତେ ସ୍ଫାଟିକମାଳିକା
ଲଳିତ କଳା ନିପୁଣା
ଶୁଭଦା ଭାରତୀ ବାକ୍ୟଦେବୀ ସରସ୍ୱତୀ
ହୁଅ ବାରେ ସୁପ୍ରସନ୍ନା ॥୨॥
ତବ ପଦେ ନିରାଜନା

ମରାଳ ବାହନୀ ଅଜ୍ଞାନତମୋହାରିଣୀ
ଆଶିଷ ଦିଅ ହେ ମାଆ
କରୁଣା ସଙ୍କେତେ ମନ ହେଉ ଆଲୋକିତ
ହୁଅ ବାରେ ସୁପ୍ରସନ୍ନା ॥୩॥
ତବ ପଦେ ନିରାଜନା

Writer's Details: ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର
Content Category:
Submission Date: Jul 14, 2019

Post a Comment

0Comments
Post a Comment (0)