ଦୃଷ୍ଟିକୋଣ - ହାସ୍ୟମୟୀ ରାଜ୍

0
ତମେ ଥରେ
ନିଜକୁ ପଚାରିଛ ??
ହୃଦୟକୁ ମାପିଛ  ???
କେତେ ସେ ଶୂନ୍ଯ ହେଇଛି
ବୋଧହୁଏ ନୁହେଁ
କାହାର ହୃଦୟକୁ ମାପିବା ଆଗରୁ
ମୋ ନିଜ ହୃଦୟକୁ
ମୁଁ ବାରମ୍ବାର ମାପେ,
ହୃଦୟକୁ ଶୂନ୍ୟ କରିବାର ଅର୍ଥ
ସ୍ବାଭିମାନ ହରେଇବା ନୁହେଁ
ମୋର ସ୍ବାଭିମାନ
ମୋର ମଣିଷ ପଣିଆକୁ
ମୁଁ ଖୁବ୍ ଭଲପାଏ ।
ମୋ ଜୀବନ ବିନିମୟରେ ବି
ତାକୁ ହରେଇ ବାକୁ ଚାହେଁନି
ମୋତେ କିଏ କଣ ଭାବୁ,
ମୁଁ ଯାଣିବାକୁ ଚାହେଁନି
ମୁଁ କେବଳ ନିଜକୁ ପରଖେ ।
ମୁଁ କେତେ ଠିକ୍
କେତେ ଭୂଲ୍
ମୋ ବିବେକକୁ ପଚାରେ,
ମୁଁ ଜାଣେ
ମୋ ବିବେକ୍ ମୋତେ
କେବେ ଭୂଲ୍ କହିବ ନାହିଁ,
ଯଦି କେବେ ଭୂଲ୍ କହିବ ତ
ବୁଝିଯିବ ମୁଁ ଆଉ
ମଣିଷ ହେଇ ନାହିଁ
ଏଇଟା ସମ୍ଭବ ହେଲାବେଳକୁ
ମୁଁ ଶୋଇଯାଇଥିବି ହୁଏତ
ଚିର ନିଦ୍ରାରେ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି , କେନ୍ଦୁଝର ।
Content Category:
Submission Date: Jul 25, 2019

Post a Comment

0Comments
Post a Comment (0)