ଦୁନିଆ ଯାକର ସୁଷମା ତୁମଠି
ରହିଅଛି ହୋଇ ଠୁଳ ,
ଗୋପୀ ନୁହଁ ଖାଲି ଯୋଗୀ,ମୁନି,ଋଷି
ଦେଖିକି ହୁଅନ୍ତି ଭୋଳ....
ମୁଁ ଏକ ସାମାନ୍ୟ ନାରୀ ;
ଏ ମନ ମୋହନ ଛବି ଦେଖି କେହ୍ନେ
ରହିବି ଧଇର୍ଯ୍ୟ ଧରି ।

କଥା ଅଛି ପରା କେତେ କିଏ ଆହା
ତୁମରି ଭାବରେ ପଡ଼ି ,
ତୁଚ୍ଛ ମଣିଛନ୍ତି ସଂସାର ସୁଖକୁ
କରୁଣା ଟିକିଏ ଲୋଡ଼ି....
ଅଶେଷ ପରୀକ୍ଷା ନେଇ ;
ଲୀଳାମୟ ତାଙ୍କୁ ଧନ୍ୟ କରିଅଛ
ଦରଶନ ପୁଣି ଦେଇ ।

ମୁଁ ତୁମ ଭାବରେ ମଗନ ହୋଇକି
ଖୋଜି ବୁଲୁଅଛି ନିତି ,
ଚାହୁଁ ଚାହୁଁ ପରା ଦିନ,ମାସ,ବର୍ଷ
କେତେ ଯେ ଗଲାଣି ବିତି....
ନୋହିଲା ତୁମରି ଦେଖା ;
ଆଉ କେତେ କାଳ ପ୍ରତୀକ୍ଷା କରିବି
କୁହ ବାରେ ପ୍ରାଣସଖା ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ  ।