କଳା ବାମନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ଦଳିତ ଅଞ୍ଜନ ବୋଳା କଞ୍ଜବଦନ
• ସଖୀ ରଥେ ଦେଖ ,କଳା ବାମନ   ।।
•
• ନନ୍ଦିଘୋଷେ ନନ୍ଦ ସୁତ   ସତେକି କଳା ଜୀମୂତ
• ନୀଳ ଇନ୍ଦିବର କାନ୍ତି  କରଇ ଦେଖ ମୋହିତ,
• ଲୀଳା ଲଗାଇଅଛନ୍ତି ,  ଜଗତ ଜୀବନ ,,
• ଛାଡ଼ିବେ ବ୍ରହ୍ମ ଆସନ
ଆଡପ ମଣ୍ଡପେ ମନ
• ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।
•
• ଦିଗନ୍ତ ବିସ୍ତାରି ଆଭା  ସତେ କେଡ଼େ ମନଲୋଭା
• ନବଦୂର୍ବାଦଳ ଶୋଭା  କୋଟି ବିଭାବସୁ ବିଭା,
• ଆଲୋକରେ ଆଲୋକିତ ,  ହୁଅରେ ଜୀବନ ,,
• ରଥେ କରରେ ଦର୍ଶନ
ତରିବୁ ଭବ ଭୂବନ
• ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।
•
• ରଙ୍ଗ ଅଧର ଆରକ୍ତ   ଝରେ ଅବା ଆଲକତ
• ରବି,ଶଶି ଚକାନେତ୍ର   ବିଲୋକେ ସାରା ଜଗତ,
• ଜୀବନ ଆସୁଛି ଧନ ,   ଦେଖରେ ଜୀବନ ,,
• ଅପୂର୍ବ ଦିଶେ ସ୍ୟନ୍ଦନ
ମଣିଷେ ଭାବ ବନ୍ଧନ
• ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।
•
• ଭାଷଇ ପ୍ରଫୁଲ୍ଲ ଦୀନ   ଦୀନ ଜନ ମହାଜନ
• ତୋ ଦାସାନୁ ଦାସ ହୀନ  କର ପ୍ରଭୁ ପରିତ୍ରାଣ,
• ତୋପରସେ ହେଉ ଧନ୍ୟ ,  ଛାର ଏ ଜୀବନ ,,
• କପିଧ୍ଵଜେ ପରା ଉଡେ
•                 ବାନା ପତିତପାବନ
• ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।

Post a Comment

0Comments
Post a Comment (0)