• ଦଳିତ ଅଞ୍ଜନ ବୋଳା କଞ୍ଜବଦନ
• ସଖୀ ରଥେ ଦେଖ ,କଳା ବାମନ ।।
•
• ନନ୍ଦିଘୋଷେ ନନ୍ଦ ସୁତ ସତେକି କଳା ଜୀମୂତ
• ନୀଳ ଇନ୍ଦିବର କାନ୍ତି କରଇ ଦେଖ ମୋହିତ,
• ଲୀଳା ଲଗାଇଅଛନ୍ତି , ଜଗତ ଜୀବନ ,,
• ଛାଡ଼ିବେ ବ୍ରହ୍ମ ଆସନ
ଆଡପ ମଣ୍ଡପେ ମନ
• ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।
•
• ଦିଗନ୍ତ ବିସ୍ତାରି ଆଭା ସତେ କେଡ଼େ ମନଲୋଭା
• ନବଦୂର୍ବାଦଳ ଶୋଭା କୋଟି ବିଭାବସୁ ବିଭା,
• ଆଲୋକରେ ଆଲୋକିତ , ହୁଅରେ ଜୀବନ ,,
• ରଥେ କରରେ ଦର୍ଶନ
ତରିବୁ ଭବ ଭୂବନ
• ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।
•
• ରଙ୍ଗ ଅଧର ଆରକ୍ତ ଝରେ ଅବା ଆଲକତ
• ରବି,ଶଶି ଚକାନେତ୍ର ବିଲୋକେ ସାରା ଜଗତ,
• ଜୀବନ ଆସୁଛି ଧନ , ଦେଖରେ ଜୀବନ ,,
• ଅପୂର୍ବ ଦିଶେ ସ୍ୟନ୍ଦନ
ମଣିଷେ ଭାବ ବନ୍ଧନ
• ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।
•
• ଭାଷଇ ପ୍ରଫୁଲ୍ଲ ଦୀନ ଦୀନ ଜନ ମହାଜନ
• ତୋ ଦାସାନୁ ଦାସ ହୀନ କର ପ୍ରଭୁ ପରିତ୍ରାଣ,
• ତୋପରସେ ହେଉ ଧନ୍ୟ , ଛାର ଏ ଜୀବନ ,,
• କପିଧ୍ଵଜେ ପରା ଉଡେ
• ବାନା ପତିତପାବନ
• ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।
0 Comments
You can write now your valuable comments here. Off-topic comments may be removed or deleted without prior notice.