ଯାହାକୁ ନଦେଖି ଏ ଦୁଇ ନୟନେ
ମନ ଦେଇଥିଲି ବିକି
ଜୀବନ କାଳରେ ଥରୁଟେ ଦେଖିଛି
ଏମିତି ନିଆରା ଆଖି ।

ହେଉ ପ୍ରେମ ଫାସ ଅବା ଅବଶୋଷ
ସେଇ ମାତ୍ର କିଛି କ୍ଷଣ
ଅଭୁଲା ସ୍ମୃତିର ଅକ୍ଷୁର୍ଣ୍ଣ ଛାପସେ
ଅଦିନ ଅଫିଟା ରାଣ ।

ଆଜି ନୁହଁ କାଲି ସାରା ଜୀବନକୁ
ମନରେ ଗଲାସେ ଲାଖି
ଜୀବନ କାଳରେ ଥରୁଟେ ଦେଖିଛି
ଏମିତି ନିଆରା ଆଖି ।

ନଚାଇ ଭୃଳତା ଦେଇଛି ଇସାରା
ମିଳିଛିସେ ଅବସର
ବିଦାୟ ବେଳାରେ ମୋ ମୁହଁକୁ ଚାହିଁ
ବୁହାଇଛି ଲୁହ ଧାର ।

ନିଷିଧାଞ୍ଚଳର ଚିକିମିକି ହୀରା
ତାକୁ ପାରିବିନି ଦେଖି
ଜୀବନ କାଳରେ ଥରୁଟେ ଦେଖିଛି
ଏମିତି ନିଆରା ଆଖି - - - - -

Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Aug 07, 2019