ଦିନ ଥିଲା .......
ଯେତେବେଳେ , ଜୀବନର ବୀଜ ଗଣିତ ଆଉ
ତା'ର ସମାଧାନ ,
ଖୁବ୍ ସହଜ ଓ ସରଳ ଥିଲା
ମୋ' ପାଇଁ ........
ଆଜି କିନ୍ତୁ ,
ଜୁଝିବାକୁ କଷ୍ଟ ଲାଗେ ,
ଜୀବନ ଜ୍ୟାମିତି ୲
କିଛି ଗୋଟେ ଖୋଜିବା
ଓ ପାଇବାର ଉପକ୍ରମରେ ,
ମୁଁ ଛନ୍ଦି ହୋଇଯାଏ ......
ଆସିଯାଏ ଉପପାଦ୍ଯ ପରେ ଊପପାଦ୍ଯ ୲
ସତରେ ,
ବିଚିତ୍ର ଏ ଉପପାଦ୍ଯ !
କେତେବେଳେ ସହଜ ତ'
ଆଉ , କେତେବେଳେ
ଅତି ଜଟିଳ ......
ଏହାର ଶାଖା ପ୍ରଶାଖା ୲
ଦତ୍ତ , ପ୍ରାମାଣ୍ଯ , ପ୍ରମାଣ
ବେଳେବେଳେ ମୋଟେ ,
ପଶେନି ମୁଣ୍ଡରେ
ଆଉ , ଗୋଳମାଳ ହୋଇଯାଏ
ସବୁକିଛି ଯେପରି ......
ଶେଷରେ ସିଦ୍ଧାନ୍ତ ମିଳେନି ୲
ଆଉ , ପରିମିତି .....
ତା' କଥା ନକହିଲେ ହିଁ ଭଲ
ପାଏନା ମୁଁ ,
ଏହାର କିଛି ମାପଚୁପ ,
ଭୁଲିଯାଏ କ୍ଷଣେ ପ୍ରତିକ୍ଷଣେ ୲
କେତେବେଳେ କ୍ଷେତ୍ରଫଳ ତ'
ପୁଣି କେତେବେଳେ ପରିସୀମା .....
ମାଡ଼ିଯାଏ ଜୀବନଟା ,
କେତେବେଳେ କୋନ୍ ପରି ତ'
ଆଉ କେତେବେଳେ ପ୍ରିଜିମ୍ ପରି ....
ପରିଶେଷରେ ,
କ୍ଷେତ୍ରଫଳରେ ....
ଶୂନ୍ୟତା ଆଉ ଶୂନ୍ୟତା ୲
କେତେ ଆଉ ପରଖିବି
ଜୀବନକୁ ,
ଜୀଇଁବାର ଜିଜ୍ଞାସା ପଣକୁ ,
ଦାୟିତ୍ଵ ଓ କର୍ତ୍ତବ୍ୟବୋଧର
କଷଟି ପଥରରେ ??
ଆଉ ପାରୁନି ମୁଁ ........
ପାରୁନି ଆଉ ମୁଁ .....
ଶ୍ଵାସରୁଦ୍ଧ ଆଜି ମୁଁ ,
ବେଦନାରେ ଜର୍ଜରିତ ତନୁ ମନ
ସତେକି , ଜଣେ ପରାଜିତ ପୁଙ୍ଗବ
ହାରିଯାଇଛି .....
ହାରିଯାଇଛି ଆଜି ମୁଁ ,
ମୋର ଏଇ ଜୀବନ ଯୁଦ୍ଧରେ ୲
Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Aug 18, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.