ମାଆ ଯେଉଁ ଦିନ   ଚାପୁଡେ ମାରିଲା
           କହିଲି ବାପାଙ୍କ କାନେ
ବାପା ଯେଉଁ ଦିନ  ମାରିଲେ ଗୋଇଠା
          ମାଆକୁ ଦେଲି ମୁଁ ପାନେ ।

ପଚାରିଲି, ମାଆ  କିଏ ମୋର ବାପା
         ଦେବୁକି ମୋତେ ବୁଝାଇ
ମାଆର ହେଉନି  ବାପାର ହେଉନି
        ହେବି ମୁଁ କାହାର ଭାଇ ।

ଜନମ କରିଲୁ    କ୍ଷୀର ଖୁଆଇଲୁ
        ତୋତେ ମୁଁ ଡାକିଲି ମାଆ
ବାପା ବୋଲି ଯେଉଁ    ଦୁଇଟା ଅକ୍ଷର
         କାହିଁକି ଲାଗେ ଛାନିଆଁ ।

ତୋ ଗର୍ଭରୁ ପଡି   ଭୂମିଷ୍ଠ ହୋଇଲି
      ମାଆ ମାଆ ଡାକ ଦେଲି 
ସେତେବେଳେ କିଏ  କୋଳକୁ ନେଇଛି
          କହିଦେ ନାମଟି ଖୋଲି ।

କେତେ ଦିନପରେ  ବାପା ଡାକ ମୋତେ
         କିଏ ଶିଖାଇଲା କହ
ତୋତେ ପଚାରୁଛି କହିବୁ ତୁ ମୋତେ
         ଆଖିରେ ନଆସୁ ଲୁହ ।

ଜନମ ହୋଇଲି   ବାପା ମୁଁ ଡାକିଲି
        ମଝିରେ କେତେକ ଦିନ
କେଉଁ ବ୍ଯକ୍ତି ମୋତେ  କରିଛି ଯତନ
        ଦେଖିବି ତା'ର ବଦନ ।

ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା,ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦