ବିଶ୍ଵାସ ହେଉନି ତୁମେ ନାହଁ ବୋଲି 
ହେ'ମାଆ ମମତା ମୟୀ ,
ମାଆ ଭାରତୀର ସୁଯୋଗ୍ୟା ସନ୍ତାନ
ସୁବର୍ଣ୍ଣ ଅଧ୍ୟାୟ ଧ୍ୟାୟୀ ! !

ଅଭୁଲା ସ୍ମୃତିର ସଚିତ୍ର ଅଧ୍ୟାୟ
ଓଜସ୍ଵୀ ବକ୍ତବ୍ୟ ଭାଷି ,
ସୁବର୍ଣ୍ଣ ଯୁଗର ହେଲା ଅବସାନ
ମିୟମ୍ରାଣ ଦେଶବାସୀ ! !

ରାଜନେତ୍ରୀ ଭାବେ ଥିଲତ ସର୍ବାଗ୍ରେ
ଝୁରୁଛି ଏ'ସାରା ଦେଶ ,
ପର ଉପକାର ଥିଲା ତବ ବ୍ରତ
ମୁଖେ ଫୁଟୁଥିଲା ହସ ! !

ମହା ଅନୁଭବି ହୃଦୟେ ଦରଦୀ
ସୁଷମା ସ୍ଵଭାବି ମାତା ,
ଅଭିଜ୍ଞାତା ପୁର୍ଣ୍ଣ ଜୀବନ ସଂଘର୍ଷ
ଥିଲ ମା' ଜଗତ ଜିତା ! !

ସଂସଦ ସୁପୁତ୍ରୀ ତେଜସ୍ଵୀନି ନାରୀ
ମନ୍ତ୍ରୀ ସୂତ୍ରୀ ସୌଭାଗିନୀ ,
ଗୁରୁ ଦାୟିତ୍ଵର ସୁଲଭା ସ୍ଵାକ୍ଷର
କର୍ମକାର ବିଜୟିନୀ ! !

ଚଳଚିତ୍ର ଶିଳ୍ପ ତୁମ୍ଭରି ସ୍ଵିକୃତ
ମାନ୍ୟତାର ଚିରଛବି ,
ଋଣ ପ୍ରଦାୟିକା ଆଦେଶ କାରୀକା
ଝୁରୁଛିତ ଶିଳ୍ପୀ ଭାବି ! !

ସଂସ୍କୃତ ଭାଷାର ଗୌରବ ପାଣ୍ଡିତ୍ୟ
ଅଶେଷ ବିଭବ ଖ୍ୟାତି ,
ସୁକନ୍ୟା ପ୍ରବୀଣା ସୁଷମା ବିଭବା
ଆଇନ ବିଦ୍ୟାର ଜ୍ୟୋତି ! !

ବୈଦେଶିକ ମନ୍ତ୍ରୀ ସୁଷମା ସୁପୁତ୍ରୀ
ସ୍ମୃତିର ଅଲିଭା ଦୀପ ,
ସଂକଟ ବିପଦେ ଯଦିକେ ବିଦେଶେ
ଉଦ୍ଧାରନ୍ତି ତାକୁ ନିଶ୍ଚ ! !

ସୂଚନା ଚେତନା ସତେ ସ୍ଵୟଂପୂର୍ଣ୍ଣା
ପ୍ରସାରଣ ଅଧୀକାର୍ତ୍ତା ,
ସଂସଦରୁ ଚିତ୍ର ସିଧା ପ୍ରସାରଣ
ତୁମରି ସ୍ଵିକୃତ ବାର୍ତ୍ତା ! !

କୂଟନୀତି ସ୍ତରେ ସ୍ଵରାଜ ମା'ହସେ
ବିଦେଶ ମାଟିରେ ଖ୍ଯାତି ,
ପ୍ରମୁଖଦେଶର କେତେ ରାଷ୍ଟ୍ରମୁଖ୍ୟ
ଶିକ୍ଷାପରା ଲଭିଛନ୍ତି ! !

ସ୍ଵରାଜ କୌଶଳ ପତି ମହୋଦୟ
ବାହୁନି କାନ୍ଦନ୍ତି ଆଜି ,
ଆହେ ପ୍ରାଣ ପ୍ରିୟା ଗଲ କାହିଁ ଏକା
କେମିତି ବଞ୍ଚିବି ମୂର୍ଚ୍ଛି ! !

ସୁକନ୍ୟା ବାଂଶରୀ ହଉଚିତ ଝୁରି
କାହିଁଗଲ ସୁନାମାମା ,
କଲକି କପଟ କୁହ ମାଆ ସତ
କାଳତ' ପୁରିନି ଜମା ! !

ଶେଷ ଶ୍ରଦ୍ଧାଞ୍ଜଳୀ କରୁଛି ଅର୍ପଣ
ହେ' ମାଆ ମମତା ମୟୀ ,
ପୁଣି ଆଉଥରେ ଜନ୍ମୀବ ଭାରତେ
ସୁଷମା ନାମକୁ ଧ୍ୟାୟୀ ! !

ସ୍ମୃତିରେ ରହିବ ତୁମ ଯଶମାନ
ଭାରତର ପ୍ରତି କୋଣେ ,
ତୁମ ସମ୍ଭାଷଣ ହୃଦୟ ସଂଗତ
ସଭିଙ୍କର ମନଜିଣେ ! !

ମଥାର ସିନ୍ଦୁର ଅଲିଭା ସନ୍ତକ
କପାଳେ ସିନ୍ଦୁର ବିନ୍ଦି,
ଲୁହରେ ଭିଜିଲା ଲୋଧୀର ଶ୍ମଶାନ
କାନ୍ଦି ପକାଇଲେ ମୋଦି ! !

Writer's Details: ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ
Content Category:
Submission Date: Aug 11, 2019