ହସି ପାରିବାର ମହାନ୍ ଭାଗ୍ଯଟି
ଥାଏ ସତେ ମଣିଷରଆଉ ଯେତେ ପ୍ରାଣୀ ଏଇ ଦୁନିଆରେ
ସେ ଭାଗ୍ଯ ଅଛିକି କାର ।
ହେଲେ ମନଖୋଲା ହସିବ କେମିତି
ଭାବେ ସିଏ ରହି ରହି
ଜାତନା ସାଗରେ ଜୀବନ ବୁଡିଛି
କାହାକୁ ପାରିବ କହି ।
ମଣିଷର ସିନା ହସିବା ଭାଗ୍ଯଟି
ହସିବା ଜୀବନେ କାହିଁ
ସୁଯୋଗ ନଥିଲେ ହସିବା ପାଇଁକି
ହସି କି ପାରିବ କେହି ।
ଏ ମାୟା ସଂସାର ଜଞ୍ଜାଳମୟ
କାହିଁ ହସିବାର ଅବସର
ହସିଲା ମୁହଁଟା ଖୋଜୁଥାଏ ହସ
ହେଲେ ହସ ଜୀବନେ ଦୁଷ୍କର ।
ଜୀବନ ମଧ୍ୟାହ୍ନେ ପହଞ୍ଚିବା ପରେ
ଏଇ ଅନୁଭବ ମୋର
ସୁଖ ନାହିଁ ଏଠି ମିଛର ଦୁନିଆ
ଦୁଃଖକୁ ଭାବେ ସୁଖର।
ଆନ ମୁଖେ ହସ ଫୁଟାଇବା ପାଇଁ
ହସିବା ଧର୍ମ ଆମର
ଦୁଃଖ ଭିତରେ ବି ହସିବାକୁ ହେବ
ଜୀବନରେ ଏହା ସାର ।
କୁଟିଳ ହସରେ ଭରିରହିଥାଏ
ବଡପଣ ଅହଂକାର
ଏଇ ଦୁନିଆରେ ବଡ ଅବା କିଏ
ଅଜ୍ଞାନ ମ୍ଳେଛ ବିଚାର ।
ପଦ ପଦବୀ ଓ ଅର୍ଥର ଗାରିମା
ଏତ ଅଢେଇ ଦିନିଆ
ଅନିଶ୍ଚିତ ଏଇ ଜୀବନରେ କିଆଁ
ତାକୁ ନେଇ ଅମାନିଆ ।
ଧନ୍ଯ ହୋଇବ ଏ ଧରା ବକ୍ଷରେ
ଯଦି ଦୁଃଖ କାର ଦୂର କର
ସେଇ ମଣିଷ ତ ଜିତିପାରେ ଦୁଃଖ
ଯିଏ ସୁଖେ ହୁଏନି ବିଭୋର ।
ହାତ ବଢେଇବା ସାହସ ଭରିବା
ହସ ପାଇଁ କା ମୁହଁର
ସେଇ ହବ ଆମ ମଣିଷ ପଣିଆ
ଶ୍ରେଷ୍ଠ ଏଇ ଜନମର ।।
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ )
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Aug 10, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.