ତ୍ରିଭୁବନ ନାଥ ହେ
ତୁମେ ଜୀବନର ମୂଳାଧାର
ତୁମ ବିନା କାହିଁ ଗତି ଓ ମୁକତି
ତୁମ ଅଛି କିବା ପଟାନ୍ତର । ୦

ତୁମ ଇଚ୍ଛାରେ ସୃଷ୍ଟି ଆତଯାତ
ତାରା, ବାୟୁ, ଶଶୀ, ଅଗ୍ନି, ଦିନନାଥ
ତ୍ରିଯାମା, ଦିବସ, ଗ୍ରହ, ଉପଗ୍ରହ
ତରୁ, ଲତା, ଜୀବ ସମ୍ଭାର । ୧

ତୁମ ସୃଷ୍ଟି ବନ୍ଦନା ଗାଇବାକୁ
ତୁମ ଇପ୍ସିତ କାର୍ଯ୍ୟ ସାଧିବାକୁ
ତେଜଃ, ବୀର୍ଯ୍ୟ, ବଳ ଦେଇ ପଠାଇଛ
କରିବି ମୁଁ ତାର ସମାଦର । ୨

ତମ ଘୋଟିଅଛି ମୋର ଚଉପାଶେ
ତପ୍ତ ଜଞ୍ଜାଳ ଲାଗେ ସର୍ବନାଶେ
ତାରଣ କର ହେ ଶରଣବତ୍ସଳ
ବନ୍ଦଇ ପଦ୍ମ ପୟର । ୩

Writer's Details: ରମେଶ ଚନ୍ଦ୍ର ମିଶ୍ର, ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।
Content Category:
Submission Date: Jul 06, 2019