ହେ ଜଗତର ନାଥ ଜଗନ୍ନାଥ, ହେ ମହାବାହୁ, ଏହା ସତ୍ୟ ଯେ ତୁମ ବିନା ନିର୍ଦ୍ଦେଶ ରେ ଏ ସଂସାରରେ ପତ୍ର ଟିଏ ବି ଝଡେ ନାହଁ ,ସୂର୍ଯ୍ୟ ତୁମ ନିର୍ଦ୍ଦେଶ ବିନା ଉଦୟ ବି ହୁଏ ନାହିଁ, ସବୁକିଛି ତୁମରି ନିର୍ଦେଶନାରେ ପରିଚାଳିତ ପ୍ରଭୁ। ହେ ଭକ୍ତ ବତ୍ସଳ ଭଗବାନ କେବେ ଭକ୍ତ ହାତରୁ ନଡ଼ିଆ ନେଲ ,କେବେ ଅଇଁଠା କୋଳିକୁ ମନ ଭରି ଗ୍ରହଣ କଲ , ତ କେବେ ବାଲିରଥରେ ବିରାଜ ମାନ କରି ଭକ୍ତ ବତ୍ସଳ ବୋଲାଇଲ। ହେଲେ ଦିନ ଦୁଃଖୀ ଙ୍କ ଦୁଃଖ ବୁଝିବା ପାଇଁ, ତାଙ୍କ କଷ୍ଟ ଦୁରକରିବା ପାଇଁ ତୁମେ ଆଜି ବଡ଼ଦାଣ୍ଡରେ।  ବର୍ଷା ରେ ଭିଜି ତୁମେ ଆଜି ଭକତ ର ଗହଣରେ,ସୁସଜ୍ଜିତ ରଥରେ ବିରାଜମାନ କରିଅଛ ତୁମେ।ଜନ ସମୁଦ୍ରରେ ତୁମ ହସିଲା ମୁହଁ କେତେ ଯେ ସୁନ୍ଦର ଦେଖାଯାଉଛି ତାହାକୁ ଉପାଖ୍ୟାନ କରିବା ମୋ ପାଇଁ ସମ୍ଭବପର ନୁହେଁ ମହାବାହୁ। ଏ ରଥଯାତ୍ରା ରେ ତୁମ ପାଖେ ଭକତ ର କେତେ ଅଳି ଅଝଟ ସାଙ୍ଗକୁ ନିନ୍ଦା , ଶୁଣି ଶୁଣି ଥକି ପଡିଯାଇଥିବ ନାଁ କଷ୍ଟ ହେଉଥିବ ନାଁ ପ୍ରଭୁ।ଅନେକ ଗୁହାରି ଶୁଣି ଏତେ ବାଟ ଅତିକ୍ରମ କରି ଥକି ପଡ଼ିଅଛ ନାଁ।କେତେ ଯେ କଷ୍ଟ ସହି ତୁମେ ହସି ଦେଉଛ ନାଁ ପ୍ରଭୁ। ହେ ଦୀନବନ୍ଧୁ ଏତିକି ଗୁହାରି ତୁମକୁ ବିଶ୍ରାମ ନେବ ଏବଂ ଥରେ ସତରେ ହସିଦେଵ ମୋ ପାଇଁ।ତୁମ ହସର ଅପେକ୍ଷାରେ ରହିଛି ପ୍ରଭୁ।ତୁମ ହସର ଅପେକ୍ଷାରେ। 

Writer's Details: ରଶ୍ମି ରଞ୍ଜନ ନାୟକ
ସାହାଣିସାହି , ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା
Content Category:
Submission Date: Jul 06, 2019