ସଭ୍ଯତାର ସେଇ ପ୍ରଥମ ଆଲୋକ
                                ସ୍ପର୍ଶ କଲା ଯେଉଁ ଦିନୁ
ପ୍ରୀତି ସୌହାର୍ଦ୍ଦ୍ୟରେ ପୁର୍ଣ୍ଣ ପରିବାର
                                 ଗଢିଉଠେ ସେଇଦିନୁ ।
ସାମାଜିକତାର ମୂଳଭିତ୍ତି ଅଟେ
                                    କ୍ଷୁଦ୍ର ଏଇ ପରିବାର
ଦାୟିତ୍ଵ ବୋଧତା, ମାନବିକତାର
                                  ପ୍ରକାଶ ଲକ୍ଷ ଯାହାର ।
ଆତ୍ମ ରକ୍ଷଣ, ଆତ୍ମ ପୋଷଣ
                                   ଆତ୍ମ ବିସ୍ତାର ପାଇଁ
ସର୍ବପ୍ରଥମ ପରିବେଷ୍ଟନୀ
                       ବ୍ଯକ୍ତି ପୁର୍ଣ୍ଣତା ପ୍ରକାଶ ପାଇଁ  ।
ଈଷ୍ଟାନୁଗ ସେବା ଶାଶ୍ବତ ସମାଜ
                                ପୁଷ୍ଟି ସାଧନ ହୋଇ
କର୍ମ ଶକ୍ତିର ଅଫୁରନ୍ତ ଉର୍ଜା
                                ସ୍ଵତଃସ୍ପୃତ ଯହିଁ ବହି ।
ସୁ ପ୍ରଜନନର ଯଜ୍ଞ ବେଦୀ ସେ
                                ଉତ୍ତମ ସନ୍ତାନ ପାଇଁ
ଶୁଦ୍ଧ ଚଳନ ଚର୍ଯ୍ୟାର ପ୍ରତୀକ
                               ମାର୍ଜିତ ପୋଷଣ ଦେଇ ।
ପିତୃଭକ୍ତି, ମାତୃଭକ୍ତି ମଧ୍ୟେ ଗୁରୁଭକ୍ତି ଆସେ
                                      ଜୀବନ ସାର୍ଥକେ ଭରି
ସ୍ନେହ, ଶ୍ରଦ୍ଧା, ସେବା ଶୁଶ୍ରୂଷା ଆଦି
               ସ୍ବର୍ଗୀୟ, ଧର୍ମିୟ ଗୁଣକୁ ବହନ କରି ।
ଆଜି ଘରେ ଘରେ ଅଶାନ୍ତି ଜ୍ବଳନ
                 ଅବିବେକୀତାର ଚିତ୍ର ଯେ ପଣ ପଣ
ସ୍ବାର୍ଥପରତା, ସ୍ତ୍ରୀ ସର୍ବସ୍ବତା
                ପାଶ୍ଚାତ୍ୟ ଶିକ୍ଷାର ବିକୃତ ଅନୁକରଣ ।
ଯନ୍ତ୍ର ପାଲଟିଛି ମଣିଷଟା ଆଜି
                               କୁହେଳିକା ପଛେ ଧାଇଁ
ପ୍ରାଚୁର୍ଯ୍ୟ ମଧ୍ୟରେ ଅପକର୍ମ କରେ
                                     ପଛଘୁଞ୍ଚା ଦିଏ ନାହିଁ ।
ବିବାହ ଜୀବନ ସଂସାର ଜୀବନ
                                  ଅସଫଳ ନାରଖାର
ଜଟିଳତା, ଦ୍ବନ୍ଦ, ସଂଘାତ ଭିତରେ
                                    ସ୍ରୁଷ୍ଟି ହୁଏ ହତାଦର ।
ଈଷ୍ଟକୈନ୍ଦ୍ରିକ ନିତ୍ୟକର୍ମ ଲୋଡା
                          ସଂଯମୀ ଜୀବନ ମଧ୍ୟ ଦେଇ
ତପଶ୍ଚର୍ଯ୍ଯା ମଧ୍ୟେ ମାର୍ଜିତ ଚଳଣୀ
                                     ଏଥୁ ଉଦ୍ଧୁରିବା ପାଇଁ  ।
ବେଳ ଥାଉ ଥାଉ ଯଦି ନ ହେଜିବା
                                ମୋ ପ୍ରିୟ ଭଉଣୀ ଭାଇ
ସଂଶୋଧନ ଆଗୁ ସର୍ବନାଶ ହେବା
       ଭାଙ୍ଗିଯିବ ଘର ପୂଣ୍ୟ ପରିବାର
                                     ଆଉ ଯୋଡିହେବ ନାହିଁ ।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jul 17, 2019