ତମାଖୁ ସେବନ ବିପତ୍ତି କାରଣ
ଏ କଥାଟି ଆମେ ଜଣା
ଛାଡ଼ି ଦେବା ଚାଲ ବିଷପାନାମୃତ
ଫୁସଫୁସ୍ ହେବ କଣା ।।0
ପରିବାର ଲୋକେ ହନ୍ତସନ୍ତ ସିନା
ଦାରିଦ୍ର୍ୟରେ ହେବେ ବଣା
କ୍ଯାନ୍ସର ପରି ରୋଗ ଉପଦ୍ରବୀ
ଶରୀରେ କରିବେ ଠଣା।। 1
କ୍ଷଣିକ ଉନ୍ମାଦେ ଉନ୍ମତ୍ତେ କିମ୍ପାଇଁ
ପିଇ ଯିବା ବିଷପଣା
ମଦ ସିଗାରେଟ୍ ଗୁଟ୍ଖା ପାନ ବିଡ଼ି
ବସିଥାନ୍ତୁ ଟେକି ଫଣା।। 2
ଭରସି କହୁଛି ରଖ ଟିକେ କଥା
ଖାଇବା ପଛକେ ଚଣା
ନିଶାରେ ଆସକ୍ତ ସଶକ୍ତ ହେବାନି
ଖାଲି ହେବ ଟଙ୍କା ଭଣା।। 3 

Writer's Details: Satya Prakash Sethy
Content Category:
Submission Date: Jul 06, 2019