ଜୀବନ ନାଟକେ ଅଭିନୟ ପାଇଁ
ପଠାଇଲେ ନିର୍ଦ୍ଦେଶକ
ସେହି ପରମାତ୍ମାଙ୍କ ନିର୍ଦ୍ଦେଶ କୁ ମାନି
ଚାଲିଥାଏ ଏ ନାଟକ।
ନିର୍ଦ୍ଦେଶକ ସିଏ ପଥ ପ୍ରଦର୍ଶକ
ସେହି ପରା ଅନ୍ତର୍ଯ୍ୟାମୀ
ଚରିତ୍ରକୁ ଆମେ ଚିତ୍ରିତ କରାଉ
ଆମେ ତାଙ୍କ ଅନୁଗାମୀ।
କିଏ ପିତା ମାତା କିଏ ଭାଇ ଭଗ୍ନୀ
କିଏ ଜାୟା କିଏ କନ୍ୟା
ଏକ ଅଭିନେତା ଚରିତ୍ର ଅନେକ
ହୁଏ କେବେ ଲୁହ ବନ୍ୟା।
କେତେବେଳେ ହସ କେତେବେଳେ କାନ୍ଦ
କେତେ ବେଳେ ପ୍ରୀୟା ପ୍ରୀତି
ଜନନୀ ଜଠରୁ ନାଟକ ଆରମ୍ଭ
ହୋଇଯାଏ ଶେଷେ ଇତି।
ନାଟକ ର ଶେଷ ଦୃଶ୍ୟ ଯା ଅଟଇ
ହୃଦ ବିଦାରକ ସିଏ
ଦେଇକି ବେଦନା ଅଭିନେତା ଯେବେ
ଜୁଇ ର ଶେଯରେ ଶୁଏ।
ମରମ ଭିତରେ ଭେଦି ଯାଏ ସେତ
ଶେଷ ଦୃଶ୍ୟ ତାର ନାମ
ସବୁ ରହିଯାଏ ଖାଲି ଚାଲିଯାଏ
ଆମରି ଧରମ କର୍ମ।
କେହି ରହିବେନି ରହି ନାହାନ୍ତି ଯେ
ଏଇ ମହୀ ମଣ୍ଡଳରେ
ସମସ୍ତେ ଏଠାରେ ଅଭିନୟ କରି
ଫେରିବେ ତାଙ୍କ ବେଳରେ।
ନାଟକ ର ଅନ୍ତ ହେବ ସେଇଦିନ
ନିର୍ଦ୍ଦେଶକ ଅନୁସାରେ
ଚରିତ୍ର ଚିତ୍ରଣ ମନ ଦେଇ କଲେ
ଭାଗ ନେବ ଆର ନାଟକରେ। 

Writer's Details: Tapaswini Dash Sarangi,Bangalore
Content Category:
Submission Date: Jul 06, 2019