ପେଟରେ ଭୋକ ତ ମୁହଁରେ ଲାଜ
ଉଦର ଭରିବ କେମିତି ଭଜ।।
ମନର ଭାବ ତ ମନରେ ମରେ
କାହାକୁ ନକହି ଭିତରେ ଜଳେ।।
କହି ପକେଇଲେ ଅକୁହା କଥା
ମନେ ରୁନ୍ଧିଭୂତ ଲାଘବ ବ୍ୟଥା।।
ଛୁଆ ନକାନ୍ଦିଲେ ଦିଏ କି ମା ' କ୍ଷୀର
ନିଜେ ମାଗ ତେଣୁ ସ୍ଵ ଅଧିକାର।। 

Writer's Details: Satya Prakash Sethy
Content Category:
Submission Date: Jul 06, 2019