ତମେ ଯେତେ ଲୁଚେଇଲେବି
ତମ ଆଖିଅନେକ୍ କଥା କହିଦିଏ
ତମ ଅହଂକାରର ପରଦାକୁ
ସେ ଖୋଲିଦିଏ
ତମ ଇର୍ଷାର ଜ୍ବଳନକୁ
ସେ ଦେଖେଇଦିଏ
ତମ ମୁହଁର କୁଞ୍ଚିତ ରେଖା
କହିଯାଏ............
ତମ ଭିତରେ କେତେ କୁଟିଲତା
କେତେ ଅସ୍ବଛ ତୁମ ହୃଦୟଟା ,
ତମେ କାହିଁକି ଏମିତି ହେବାକୁ ଭଲପାଅ ???
ଅହଂକାରର ବାରୁଦ ଗଦା ଭିତରେ
ଭଲପାଇବାର ସମ୍ମୋହିତ ବାସ୍ନାକୁ
ଏମିତି ଦଳି ଚକଟି ଖିନଭିନ
କରିଦିଅ କୋଉ ଲାଭରେ ?????
କଣ ବା ସାର୍ଥକତା ଅଛି ସେଥିରେ ???
ସାପର ଫୁତ୍କାର ଭଲି ତୁମ ଆଖିର
ଲେଲିହାନ ଶିଖା ଭିତରେ
କାହିଁକି ଜଲେଇଦିଅ ସବୁ କୋମଳ ପଣ ???
ତମେ ମଣିଷ !!!
ଶ୍ରେଷ୍ଠ ଏ ମହାନ୍ ସ୍ରୁଷ୍ଟିରେ !!!!!
କଣ ନ କରି ପାରିବ ତମେ !!!!!
ଟିକେ ତ ବଦଲେଇ ଦିଅ ନିଜକୁ
ଦେଖ କେତେ ଭଲପାଇବାର ହାତ
ବଢିଆସୁଛି ତୁମ ନିକଟକୁ
ତୁମ ଆଖିଠାରୁ
କାହାର ଆଖି ବା ଅଧିକ ସୁନ୍ଦର୍ !!!!!!
ଖାଲି ଲୋଡା
ଟିକେ ଭଲପାଇବାର ମଧୁବିନ୍ଦୁ
ତାକୁ କରିବାକୁ ଆହୁରି ମଧୁଛନ୍ଦା
ଏତିକି ତ କର.......
କାହା ମୁହଁରେ ହସଫୁଟେଇବା ଠାରୁ
ମହୌଷଧି
ଆଉ କଣ ଅଛି ଦୁନିଆରେ !!!!!
ଅନେକ ହରେଇଛ.......
ଆଉ ନୁହେଁ
ଏବେ ଫେରିଆସ
ନିଜକୁ ପରସ୍ତ ପରସ୍ତ କରି
ଖୋଲିଦିଅ ଶୂନ୍ ହେବାଯାଏ .........
ତାପରେ ତମକୁ
ବୁଝେଇବାକୁ ପଡିବନି
ତମେ ବୁଝି ସାରିଥିବ
ଦିନ ଆସିବ
ପୁର୍ଣ୍ଣତାର ମହାଦ୍ରୁମଟିଏ,
ପାଲଟିଯାଇଥିବ ତମେ
ଅନେକ୍ ଚଢେଇଙ୍କ
କିଚିରି ମିଚିରି ଶବ୍ଦରେ
ପୁରି ଉଠିବ ତମ ଚାରିକଡ
ତମେ ଜିଇଁବ ଏକ ସାର୍ଥକ ଜୀବନଟିଏ ।।
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jun 30, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.