ଭାବଗ୍ରାହୀ ତୁମେ କମଳାଙ୍କ ବର
ଅଟ ପ୍ରଭୂ ତୁମେ ଭକ୍ତ ଗଳାହାର
ପତିତ ଜନଙ୍କ ଉଦ୍ଧାର ପାଇଁକି
ଉଡେ ତୁମ ବାନା ହୋଇ ଫର ଫର।
ହେ କଳା ଠାକୁର ହେ କଳା ଠାକୁର....!
ଜୀବନ ଜଞ୍ଜାଳେ ହେଲି ହରବର
କଲବଲ କରେ ମାୟା ର ସଂସାର
ଲୋଭ ର ସାଗରେ ବୁଡି ବୁଡି ଯାଏ
କରୁଥାଏ ପ୍ରଭୂ ଆରତ୍ତ ଚିତ୍କାର।
ହେ କଳା ଠାକୁର ହେ କଳା ଠାକୁର....!
କୃପା ପାରାବାରେ କଣେଇ ଦେଖହେ
ବଞ୍ଚିତ ହେବିନି ଦୟା ରୁ ତୁମର
ଅଭିମାନେ ବହେ ମୋ ଲୋତକ ମୋହର
ଝର ଝର ବହେ ଲୋତକ ର ଧାର।
ହେ କଳା ଠାକୁର ହେ କଳା ଠାକୁର...!
ଧନ୍ୟ ଧନ୍ୟ ପ୍ରଭୂ ଲୀଳା ଯେ ତୁମର
ତୁମେ ନିରଞ୍ଜନ ତୁମେ ନିରାକାର
କେ ମାୟା ବୁଝିବ ତବ ମାୟାଧର
ଭକତ ତୁମର ତୁମେ ଭକତର।
ହେ କଳା ଠାକୁର ହେ କଳା ଠାକୁର...!
ନାଟୁଆ ହଟିଆ ତୁମେ ଚକ୍ରଧର
ଦୁନିଆ ତୁମର ଲୀଳା ର ନଗର
ଭକତ ପାଇଁ କି ନାନା ଅବତାର
ଶ୍ରଦ୍ଧା ଜଳ ରେ ଧୋଇବି ତୁମ ଶ୍ରୀପୟର।
ହେ କଳା ଠାକୁର ହେ କଳା ଠାକୁର....!

Writer's Details: Tapaswini Dash Sarangi, Bangalore
Content Category:
Submission Date: Jul 04, 2019