ଯାହା କୁହ ଗାଁ ନାଁ ବଡ଼ ଅଜବ ଅଟେ । ଛୋଟ ବେଳେ ତାକୁ ଛାଡି ସହର କୁ ଆସିବାକୁ ମନ କହେ ଆଉ ବଡ଼ ହେଲା ପରେ ସହରରୁ ଗାଁ କୁ ଫେରିବାକୁ । ଗାଁ ର ସ୍ନେହ, କୋଇଲିର ଗୀତ, ବୁଢ଼ା ବରଗଛ, ସେ ଆମ୍ବ ତୋଟା ରେ ଆମ୍ବ ଖାଇବାର ମଜା, ସେ ସବୁଜ ଧାନ କିଆରୀ ଆଉ ରାତିରେ ବିଲୁଆ ନନା ର ଡାକ । ରକ୍ତରେ ତା ନାଁ ଅଛି ବା ,ଗାଁ କୁ କଣ ଏତେ ସହଜରେ ଭୁଲିହେବ କି ନାଁ କେବେନୁହେଁ ।ସେଠି ରହିଛି ଆମ ପିଲାଦିନ ର ସ୍ମୃତି, ଅନେକ ବର୍ଷର ବୁଢା ବରଗଛ ଟି ବା ଏସବୁର ମୁକ ସାକ୍ଷୀ ତା ପାଖରେ ଖେଳିଛେ ଅନେକ ଖେଳ,ତାର ସେ ଓହଳରେ କେତେ ଯେ ଝୁଲିଛେ କହିଲେ ସରିବନି, ସେ ଗାଁ ନଦୀ ନାଁ ଆଜିବି ମନେପଡେ, ସେ ଭାଗବତ ଟୁଙ୍ଗି ର ଶବ୍ଦ ନାଁ ଆଜିବି ଶୁଣାଯାଏ । ମୋ ଗାଁ ଆଜି ମୋର ମନେପଡେ ଆଉ ମୁଁ ଗାଁ କୁ ଫେରିବାକୁ ଚାହେଁ ।

Writer's Details: ରଶ୍ମି ରଞ୍ଜନ ନାୟକ, ସହାଣିସାହି,ବାଲିପାଟଣା, ଖୋର୍ଦ୍ଧା
Content Category:
Submission Date: Jul 02, 2019