ଦେଏଖେ ଲୋ ବୋଉ ଠେକୁଆ ଛୁଆ ,
ହୋଇଅଛି ଭାରି କଉତୁକିଆ ।
ଧଳା ଚକ ଚକ ରଙ୍ଗଟି ତା'ର ,
ଆଖି ଦୁଇଗୋଟି ଭାରି ସୁନ୍ଦର ।

ଡେଉଁଥିଲା ଏଠି ଖୁପୁରୁ ଖୁପୁ ,
ଧରି ପକାଇଲି ଚୁଉପୁ ଚୁପୁ ।
ତୁଳା ଭଳି ଭାରି ନରମ ଦେହ ,
ବୁଲୁଥିଲା ଏଠି ତା' ମାଆ ସହ ।

ଶୁଭଲକ୍ଷ୍ମୀ ଘର ପୋଷା ଜୀଵ ଏ ,
ଫଳ,ମୂଳ-ପନିପରିବା ଖାଏ ।
ତାଙ୍କ ଘରେ ୟାଙ୍କୁ ପାଆନ୍ତି ଭଲ ,
ଦେଖାହେଲେ ଆମେ କରୁ ବି ଗେଲ ।

ଆଜି ଆସିଛି ସେ ଏଣିକି ବୁଲି ,
ଦେଖାହେଲା ଯେଣୁ ଧରି ମୁଁ ନେଲି ।
ଫଳ ଆଣିଦେଏ ଖୋଇବି ତାକୁ ,
ଛାଡ଼ିଦେବି ପରେ ଯିବ ଘରକୁ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।