ବୋଲାଉଛ ତୁମେ ପରା ଜଗତନାଥ
କିମ୍ପା କଲ ଏମିନ୍ତି ,
ଭାଇ ଭଉଣୀ ସଙ୍ଗେ ନେଇଣ ଗଲ
ମୋତେ ଭୁଲିଗଲେକି ।

ମୋ ବିନା ତୁମେ ସିନା ପାରୁଛ ବଞ୍ଚି
ମୁଁ ତ ତୁମରି ଦାସୀ ,
ଗୋଟିଏ ମୁହୂର୍ତ୍ତ ଏଠି ବଞ୍ଚିବା ପାଇଁ
ଭାରି କଷ୍ଟ ଲାଗୁଚି ।

ମାଉସୀ ପାଖରେ ଅଛ ବଡ଼ ଖୁସିରେ
ସଙ୍ଗେ ଭକତ ନେଇ,
ଆଖି ଲୁହ ଓଠ ପିଏ ତୁମରି ବିନା
ଆହେ କଳା ଗୋସାଇଁ ।

ନିନ୍ଦା ଅପବାଦ ଏଠି ଶୁଣି ଶୁଣିକା
ପେଟ ଯାଉଛି ପୁରି ,
କାହାକୁ କହି ହେଉନି ସହି ହେଉନି
ନୀତି ହେଉଛି ଝୁରି ।

ବେଗି ଫେରିଆସ ନାଥ ଶିରିମନ୍ଦିର
ଶୂନ୍ୟ ଶୂନ୍ୟ ଲାଗୁଚି,
ପୁରୁଷ ବିନା କି ପ୍ରଭୂ ନାରୀ କେଉଁଠି
ସୁନ୍ଦର ଦିଶୁଛି ।

ଅନାଇଁ ରହିଛି ପ୍ରଭୁ ତୁମରି ବାଟ
ଆଉ ଡେରି ନକର ,
ତୁମରି ଦରଶନରୁ ହେ ପ୍ରାଣନାଥ
ମୋତେ ବଞ୍ଚିତ କର । 

Writer's Details: ପ୍ରକାଶ ବେହେରା ( ନନ୍ଦି )
ବିଳେଇଖଳି ,ହିନ୍ଦୋଳ, ଢେ଼ଙ୍କାନାଳ
ଦୂରଭାଷ :- ୭୭୮୦୬୬୦୦୨୯,୮୦୧୮୩୯୦୦୩୫
Content Category:
Submission Date: Jul 08, 2019