ମା କହେ ପିଲାଦିନେ
ବର୍ଷା ହେଲେ
ଖେଳିବୁନି ବାହାରେ,
ଏଇ ଝିପ୍ ଝିପ୍ ବର୍ଷାରେ ଭିଜିଲେ
ଶର୍ଦ୍ଦି ହୋଇଯିବ ଦେହରେ
ଛାନିଆଁ ସେ ହୁଏ
କାଳେ ମୁଁ ପଡିଯିବି ଜରରେ ।
ସବୁ କଥା ମାନିବା ଭିତରେ
ଏ କଥା ମାନିବାକୁ
ଟିକେ ଲାଗେ ଅଡୁଆ
ମା ମୁହଁ ଆଡେଇଲେ
ବର୍ଷା ସହ ମିତ ବସେ
ଆଶାଢର ପ୍ରଥମ ଭେଟରେ
ତା ଭିଜା ମାଟିର ଗନ୍ଧ
ମୋତେ ବିମୋହିତ କରେ ।
ପୁଣି କେବେ ସମସ୍ତଙ୍କ ଅଜାଣତେ
ଶୁନ୍ ଶାନ୍ ଦ୍ବିପହରେ
ପଢା ବହି ଛାଡିଦେଇ
ବର୍ଷା ସହ ଖେଳ ଖେଳେ
ମନ ଇଚ୍ଛା
ଆମ ଚାଳି ବାହାରେ।
ମା ଆସି ଦେଖିଦେଲେ
କାନ ମୋଡି
ମୁହଁ ମୁଣ୍ଡ ପୋଛିଦିଏ
ତା ପଣତ କାନିରେ,
କହେ ବଦ୍ ମାସ୍
ଆଉ ଯଦି ଏମିତି ହେଉ
ଚଟକଣି ଦୁଇଟା
କଷିଦେବି ଗାଲରେ ।
ସତରେ
ମା'ର ମିଠା ମିଠା ଗାଳି
ମୋତେ ଭାରି ଭଲ ଲାଗେ
ତା ଦେହରେ ଜଡିଯାଇ
ବୁଲୁଥାଏ ତା ଚାରିକଡରେ ।
ବର୍ଷା ସହ ଭିଜିବାର
ନିଶା କିନ୍ତୁ ଛାଡେନାହିଁ
ସ୍କୁଲ୍ ଯିବା ବାଟରେ
ବର୍ଷାକୁ ମନେ ମନେ ଖୋଜୁଥାଏ
ଟିକେ ଭିଜିଯାଆନ୍ତିକି
ସାଙ୍ଗ ସାଥି ମେଳରେ  ।
ଆଜି ବର୍ଷା ଆସେ କିନ୍ତୁ
ଭିଜିବାର ନିଶା ନଥାଏ 
ବର୍ଷାକୁ ଦେଖୁଥାଏ
ଝର୍କା ଏ ପାଖରେ
ତା'ର ଟପ୍ ଟାପ୍ ଶବ୍ଦ
ପ୍ରାଣମୟ ଶୀତଳ ଛୁଆଁ
ମୋତେ ଆନମନା କରେ
ସତେ ମୋ ସ୍ମୃତିରେ
ବର୍ଷା ସହ ପିଲାଦିନ ଫେରେ ।।
ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।

Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।।
Content Category:
Submission Date: Jul 04, 2019