ଦୁଃଖହର ହରି କଷଣକୁ ଫେଡି 
         ପାରୁନାହିଁ ତୁମ  ରଥକୁ ଭିଡି
 ଶୂନ୍ୟ ମନେମୋର ମିଶୁ ଭାବଡୋର 
            ମନ ଗୁଣୁଥାଉ ଭକତି ସିଡି.....

 ପଙ୍କିଳ ମାୟାରେ ଉବୁଟୁବୁ ମନ
      ମାୟାମୋହଟାକୁ ଆବୋରି ବସି
  ସୁଖପାଇଁ ନିତି ଭକ୍ତି ଭାବ ପ୍ରୀତି
            ଭଜୁଥାଏ ପ୍ରଭୁ ନାମକୁ ଘୋଷି.....

ଆସକ୍ତିରେ ଭରା ହୃଦୟଟା ମୋର
     ଭାବଗ୍ରାହୀ ବୁଝ ଭାବକୁ ହେଳେ
 କେମିତି ଭକତ ହେବିମୁଁ' ତୁମରି
      ଦୀନବନ୍ଧୁ କୃପା ଦିନେ ନହେଲେ.....

  ଲୋକେ କୁହାକୁହି ହେଲେଣିଯେ' କେତେ
           ପାପି ଗୋଟେ କାଳେ ଅଟଇ ମୁଁହିଁ
    ତୁମରି କରୁଣା  ବିନା କି ସମ୍ଭବ !
         ସନ୍ତୋଷେ ମିଳିବା ଜଗତ ସାଇଁ...