ତୁମେ ଅଭୁଲା ସଂଗୀତ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ତୁମେ ମୋର ମୋ ପ୍ରେମର
ସୁନ୍ଦର ସାହିତ୍ୟ,
ତୁମେ ମୋ ଜୀବନ ଗୀତ
ଅଭୁଲା ସଂଗୀତ,
ଅଦଭୁତ ଉଚ୍ଚାରିତ ସୁର,ତାଳ,ନାଦ
ଜୀବନ ବେଦୀରେ ମଧୂ-
ପ୍ରଣୟେ ପ୍ରମତ୍ତ,
ତୁମେ ମୋର ମୋ ପ୍ରେମର ସୁନ୍ଦର ସାହିତ୍ୟ  ।। 
ତୁମକୁ ପଢ଼ିଲେ ତୁମେ
ପଢ଼ି ହୋଇ ଯାଅ,
ତୁମ ପରଶ ରେ ପ୍ରାଣ
ହୁଏ ପ୍ରେମମୟ,
ମଧୂ ସଉରଭା ଦେହୀ ରସେ ରସମୟ
ସାତସୁରେ ବାଜୁଥାଅ
ମୋ ପ୍ରାଣେ ତୁମେତ,
ତୁମେ ମୋର ମୋ ପ୍ରେମର ସୁନ୍ଦର ସାହିତ୍ୟ  ।।
ଏ ଜୀବନ ଯଉବନ
ତୁମେ କର୍ଣ୍ଣଧାର,
ବାନ୍ଧିଦେଇଅଛ ସହୀ
ପଣତେ ତୁମର,
ଉଚ୍ଚାଟନ,ସମ୍ମୋହନ ଛୁଆଁ ରେ ତୁମର
ତୁମେ ମୋ ଜୀବନ ଗୀତ
ମଧୂର ସଂଗୀତ,
ତୁମେ ମୋର ମୋ ପ୍ରେମର ସୁନ୍ଦର ସାହିତ୍ୟ  ।।

Post a Comment

0Comments
Post a Comment (0)