ଦୌଡ - ମହେଶ୍ୱର ଦାଶ

0


ଧାଇଁଛି ଯେ ଧାଇଁଛି ମଣିଷ 
କେତେବେଳେ ନାକ ସିଧା ରାସ୍ତାରେ ତ
ଆଉ କେତେବେଳେ ବକ୍ର ଗତିରେ ,ପୁଣି
କେତେବେଳେ ଖାଲି ଏପଟ ସେପଟ
ଯଶ ,ମାନ,ଅର୍ଥ ,କ୍ଷମତା ,ପ୍ରତିପତ୍ତି
ଆଉ ଯେତେସବୁ କାମନା ବାସନା ମାନଙ୍କ
ଦୁର୍ବାର ଆକର୍ଷଣ ପଛରେ ଅହରହ
ଅଣନିଃଶ୍ୱାସୀ ହୋଇ ଧାଇଁଛି
ନଶ୍ୱର ଜୀବନରେ ଲାଳସାର ତୃପ୍ତି
ନିମନ୍ତେ ଧାଇଁ ଧାଇଁ ମୁହୂର୍ତକ ପାଇଁ
ସେ ଅଟକି ପାରୁନି ଅନୁଭବିବାକୁ
ସ୍ନେହ,ସଂପ୍ରିତି,ପ୍ରେମ,ଓ ମୈତ୍ରୀ
କ୍ଷଣଭଙ୍ଗୁର ଜୀବନ ,ଲାଳସା ଅନନ୍ତ
ସୀମାହୀନ' ତା'ର ଶେଷ ନାହିଁ
ଏକର ତୃପ୍ତିରେ ଅନ୍ୟ ଏକ ଲାଳସା
ମୁଣ୍ଡ ଟେକି ଉଠୁଛି ମନର ଗଳିରୁ
ମୁର୍ହୂ ମୁର୍ହୂ ବଦଳି ଯାଉଛି ଲକ୍ଷ୍ୟସ୍ଥଳ
ନିଜର ଶେଷହୀନ ଇଛାର ଦାସ ସିଏ
କାମନାର ବିନାଶରେ ଦୁଃଖର ବିନାଶ
ବୁଝିବାକୁ ଇଛା ନାହିଁ ତାର
ନିରନ୍ତର ଏ ଦୁଃଖ ଗୋଟାଇବାର ଦୌଡ
ଜୀବନର ପରିସମାପ୍ତି ରେ
ୟାର ପରିସମାପ୍ତି

Writer's Details: ମହେଶ୍ୱର ଦାଶ, ନରସିଂହପୁର ଶାସନ, କେନ୍ଦୁଝର
Content Category:
Submission Date: May 26, 2019

Post a Comment

0Comments
Post a Comment (0)