ସ୍ରଷ୍ଟା ତୁମେ ସୃଷ୍ଟି ତୁମେ ସାରା ଜଗତର,
ଶୁପ୍ତ ମନକୁ ଜାଗ୍ରତ କର ଚକ୍ରଧର ।ହା ହା କାର ଶୁଭେ ଆଜି ତୁମରି ସୃଷ୍ଟିରେ,
ଚେନାଏ ହସଟେ ପାଇଁ ଆର୍ତ୍ତନାଦ କରେ।
ଶୁଭେ ନାହିଁ କିମ୍ବା ପ୍ରଭୁ ତୁମ କର୍ଣ୍ଣଦ୍ବାରେ,
ସୃଷ୍ଟିର ବିଲୟ ପାଇଁ ବସିଛକି ଧୀରେ ।
ତୁମ ସୃଷ୍ଟି ହୁଏ ଆଜି ରସାତଳଗାମୀ,
ରକ୍ଷାକର ପ୍ରଭୁ ତୁମ ସୃଷ୍ଟିର ଆଗାମୀ ।
ଧ୍ବଂସପଥେ ଅଗ୍ରସର ଆଜିର ମଣିଷ,
ବୁଝେନାହିଁ ଭଲ ମନ୍ଦ କରେନା ବିଶ୍ବାସ ।
ନାରୀ ପ୍ରତି ନିର୍ଯ୍ଯାତନା ହୁଏ ପ୍ରତିଦିନ,
ମାତୃକୂଳେ ଦିଏ ନାହିଁ କେହିବି ସମ୍ମାନ ।
ପୁତ୍ର ଏଠି ବୁଝେନାହିଁ ମାଆର ମମତା,
ପିତା ଏଠି ଜାଣେ ନାହିଁ ପୁତ୍ରର କ୍ଷମତା ।
ଆସହେ ସ୍ରଷ୍ଟା ତୁମେ କଳକୀ ରୁପ ଧରି,
ଧର୍ମ ସଂସ୍ଥାପନ ପାଇଁ ଆସ ଅବତରି।
ଯୁଗେ ଯୁଗେ ଆସ ତୁମେ ଧର୍ମ ରକ୍ଷା ପାଇଁ,
ତୁମ ପାଇଁ ଏ ଧରଣୀ ରହିଛି ଅନାଇ।।।
Writer's Details: ବୈଜୟନ୍ତିମାଳା ରାଉତ
ଶାସନପଦା, ନିଆଳି, କଟକ
Content Category:
Submission Date: Jun 11, 2019
