• ରଜ ମଉଜ କୁ , ଭାଙ୍ଗି ନେଇଗଲା , ଫଣି ର ଫଣା ,,
• ବରଷକେ ଥରେ
• ଆସିଛି ରଜ ଘୋର ବନସ୍ତରୁ ଡାକୁନି ତ ଗଜ
• ଦୋଳି ବାନ୍ଧିବାକୁ ଗଛ ବି ନାହିଁ
• କାହିଁ ହେବ ଦୋଳି ଟଣା ।।
•
• ରଜ ଦୋଳି ଡାକେ , କେଁ କଟକଟ , ହୋଇଛି ସଜ ,,
• ଭାଇ ମୁଣ୍ଡରେ ମୋ
• ସୁନା ମୁକୁଟ ଅନୁଢା କୁଆଁରୀ କନିଆଁ ର ଗୀତ
• ଶୁଭୁନାହିଁ ଆଉ ଗାଁ ଗହଳିରେ
• ଫିକା ଫିକା ଲାଗେ ରଜ ।।
•
• ଦେବୀ ମନ୍ଦିର ରେ , ମାଜଣା ନହୁଏ , ଶୁଭେନି ଶଂଖ
• ଝାଉଁ ପୋଡପିଠା
• ଆରିସା,କାକରା ସଜ ଶିଳ ବଟା ଛଣା ବିରି ବରା
• ପଣସ,ଆମ୍ଵ ର ଭୋଗ ଲାଗୁନାହିଁ
• ସପନ ବିତିବା ଯୁଗ ।।
•
• ଖେଳିବା,ପଢ଼ିବା , ନାହିଁ ନାହିଁ ସବୁ , ବଦଳି ଯାଏ ,,
• ଗେଲ ଗରବ ରେ
• ଦିନ ବିତୁନାହିଁ ସୁଖ ସଉଭାଗ୍ୟ ଯାଇଅଛି ଧୋଇ
• ରଜ ସଜବାଜ ଅସଜ ଲାଗଇ
• ବିଷ ମଳୟ ପବନେ ।।
•
• ତଥାପି ୟେ ମୋର , ଜାତୀୟ ପରବ , ମହା ମିଳନ ,,
• ପାଳି, ମୁଁ ମନାସେ
• ସବୁରି ଜୀବନେ ସୁଖ , ଶାନ୍ତି ମନ୍ଦ ମଳୟ ପବନେ
• ସୁରଭିତ କର ମା,ଉଗ୍ରତାରା
• କବି ନଇବେଦ୍ୟ ଘେନ ।।

