ପ୍ରେମ ଉପାସନା - ସନ୍ତୋଷ କୁମାର ମହାନ୍ତି

0
ଉତ୍ତର ଖୋଜିବା କୁ ବହୁତ ଚେଷ୍ଟା କରେ,
କାହିଁକି କେବେ ଖୋଜିକି ପାଇନି,
ପ୍ରଶ୍ନ ପରେ ପ୍ରଶ୍ନ ଗଦା ହୋଇ ଗଲାଣି,
ଖୋଜିବା ଆରମ୍ଭ ମୁଁ କରି ପାରୁନି ।।

ପାଇବା କୁ ବହୁତ ଇଚ୍ଛା ତାକୁ ତା ପ୍ରେମ କୁ,
ବହୁତ ଦିନ ର ଅପେକ୍ଷା ର ଫଳ,
କେଜାଣି ଡର ବି ଲାଗେ କାଳେ କିଛି ଘଟିଯିବ ,
ଖୋଜୁଛି କେବେ ହେବ ମେଳ ।।

ସବୁବେଳେ ଭାବେ ବୋଲି ତାକୁ ଝଡି ଗଲିଣି,
ରାତି ରାତି ଅନିଦ୍ରା ବି ହେଲେଣି,
ତଥାପି ଏ ରୋଗ ମୋଠୁ ଛାଡିକି ଯାଉନି,
କେଜାଣି କଣ ହବ ବୁଝି ମୁଁ ପାରୁନି ।।

ନାବିକ ହେବାକୁ ବହୁତ ଇଚ୍ଛା ପୀରତି ସାଗର ରେ,
ହେଲେ ସାଗର ର ଗଭୀରତା ବହୁତ ,
କାତ ମୋ ପାଇ ବନି ବୋଲି ଡରୁଛି ଆଜି,
ଭିତରେ ପ୍ରେମ କରୁଛି ଏୟା ସତ ।।

Writer's Details: ସନ୍ତୋଷ କୁମାର ମହାନ୍ତି, ଗୁଣୁପୁର, ରାୟଗଡା
Content Category:
Submission Date: Jun 24, 2019

Post a Comment

0Comments
Post a Comment (0)