ଡୁବିଯାଉଛି ତଳକୁ ହେ
ଡର... ଗୋଟା ଗିଳିଲାଣି ମୋତେଡଙ୍ଗା ଦେଇ ଏଇ ଭବ ସାଗରରୁ
ଉଦ୍ଧରି ଧର ମୋତେ । ୦
ଡହକବିକଳ ପ୍ରାଣ ମୋ ଆତୁର
ଡୋରି ଟିକେ ଛାଡିଦିଅ
ଡହଡହ ଏ ଯେ ମାୟାର ସାଗର
ଡିଙ୍ଗରକୁ ଦୟାବହ
ଡେରି କରନାହିଁ ହେ ଜଗତପତି
ଡାକୁଛି ବଡ ଆରତେ । ୧
ଡଉଲଡାଉଲ ଜଗତମୋହନ
ଡୋଳା ତୁମ ଚକା ଚକା
ଡିଣ୍ଡିମ ବାଜଇ ପତିତ ପାବନ
ଉଦ୍ଧରି ଧର ହେ ସଖା
ଡରାଣକୁ ଛାଡି ହେ ଦୟାସାଗର
ଆଶ୍ରା ଦିଅ ପଦପ୍ରାନ୍ତେ । ୨
Writer's Details: ରମେଶ ଚନ୍ଦ୍ର ମିଶ୍ର
ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।
Content Category:
Submission Date: Jun 25, 2019

0 Comments
You can write now your valuable comments here. Off-topic comments may be removed or deleted without prior notice.