ଏବେ ଖାଲି ମୋ ପାଇଁ
ସବୁଠି ମରିଚିକା ର ଲାଲ୍ କୃଷ୍ଣଚୂଡା
ଟହଟହ ହସେ
ପ୍ରତାରଣା ର ପଚାରକ୍ତ ଗନ୍ଧ
ମୋ ଚତୁଃପାର୍ଶ୍ବ ରୁ ଭକଭକ୍ ବାସେ..
ପ୍ରତି ସଞ୍ଜରେ
ରଙ୍ଗୀନ ସ୍ଵପ୍ନ ର ନିଆଁ ଝୁଲ ଦେଖେଇ
ମୋତେ ଜାଳିବାକୁ
ସେ ମୋ ପାଖରେ ବସେ..
ଆଉ ଯେବେ ଓଠ ଚାପି ଚାପି ହସେ
ପ୍ରତି ଥର
ନିଶାସକ୍ତ ମଧୂଝରା ମୁକ୍ତା ଖଣ୍ଡେ ଖସେ..
ଖୁବ୍ ଚେଷ୍ଟା କରେ ତା ହସ ରୁ ଖସିବାକୁ
"ଧେତ୍ ଆଉ ଛୁଅଁନା"- କହିଦେଇ
ହେଲେ..
ମୁଁ କି ଖସିପାରେ ତା ବଳିଷ୍ଠ ବାହୁ ବନ୍ଧନରୁ..
ଖସିବାର ଯୁ ହିଁ ନଥାଏ ତା ମହୁଲି ପ୍ରେମ ରୁ..
ସେ ପରା
ଅନ୍ତରିକ୍ଷ ରେ ତାରା ଫୁଲ ନଅର ତୋଳିଛି
ମୋ ଆଖିରେ ଅଭିସାର ରଚିଦେଇ..
ଏବେ ରାସ୍ତା କଡ ବତୀଖୁଣ୍ଟ ହିଁ
ମୋ ବିଶ୍ୱାସ ର ମାଇଲ ସ୍ତମ୍ଭ..
ସେ ଚାହିଁଲେ ତାକୁ ଭାଙ୍ଗିପାରେ 
ଅବା
ପ୍ରତି ସଞ୍ଜ ରେ
ଦିକ୍ ଦିକ୍ ହେଇ ଜଳିବାକୁ ଛାଡି ଦେଇପାରେ
ନିର୍ଜନ ଆଉ ଏକାନ୍ତରେ  ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର