• ଯୁଗପରେ ଯୁଗକଥା ପୁରାଣେ ବର୍ଣ୍ଣିତ
• ତହିଁ ରେ ରହିଛି ଏକ କଥା ଅଦଭୁତ ।।
• ସତ୍ୟଯୁଗର କାହାଣୀ ବିସ୍ମୟ ସେ କଥା
• ମୀନରୂପୀ ନାରାୟଣ , ସତ୍ୟବ୍ରତ ରାଜା ।।
•
• ପ୍ରଳୟ ପୁର୍ବରୁ ଦୈତ୍ୟ ନାମ ସଂଖାସୁର
• ବେଦ ଚୋରିକରି ଜଳେ ପସିଲା ଅସୁର ।।
• ବେଦ ଲୁପ୍ତେ ଜ୍ଞାନଗଙ୍ଗା ଗଲା ଅପସରି
• ଅଜ୍ଞାନମୟ ଧରଣୀ ହେଲା ହତଶୀରି ।।
•
• ବ୍ରହ୍ମ ଦେବ ସ୍ତୁତି ଶୁଣି ବୈକୁଣ୍ଠାଧିପତି
• ମୀନରୂପେ ଜଳ ମଧ୍ୟେ ହୋଇଲେ ଉତ୍ପତ୍ତି ।।
• ସତ୍ୟବ୍ରତ ନରପତି ତର୍ପଣ କାଳରେ
• ଉଭା ହେଲେ ଆସି କର ଅଞ୍ଜଳୀ ଜଳରେ ।।
•
• ତର୍ପଣ ଜଳରେ ମୀନ ଦେଖି ନରରାଣ
• ହୋଇ, ଚିନ୍ତାଶିଳେ ଇଷ୍ଟ କଲେକ ସ୍ମରଣ ।।
• ଗୁରୁ ଗମ୍ଭୀର ସ୍ୱର ରେ ମୀନ କହେ ଶୁଣ
• ଧର୍ମରକ୍ଷା ଅର୍ଥେ ମୋର ଏ ରୂପ ଭୀଷଣ ।।
•
• ସପତ ଋଷି ସହିତ ଔଷଧୀୟ ବୀଜ
• ସହ ଉପଗତ ହୁଅ ଅଛି ଯେଉଁ ନାବ ।।
• ମୋତେ ନେଇ ମହା ସମୁଦ୍ର ରେ ରଖିଆସ
• ମୋ ମଥା ଶୃଙ୍ଗରେ ନାବ ବାନ୍ଧିବୁ ଅବଶ୍ୟ ।।
•
• ଜଳମଗ୍ନ ହେବ ଧରା ହୋଇବ ପ୍ରଳୟ
• ପାପଭାରା ଅସମ୍ଭାଳ ଜ୍ଞାନ ଅପଚୟ ।।
• ପ୍ରଳୟ ପରେ ଦାନବ ମେଦରେ ମେଦିନୀ
• ନବିନ ସୃଜନ ମୋର ମନେଥିବୁ ଘେନି ।।
•
• ଅବ୍ୟକ୍ତ ପୁରୁଷ ନିରଞ୍ଜନ ଖେଳକରେ
• ଅନାଦି, ଅନନ୍ତ ନିତ୍ୟେ ସତ୍ୟରେ ବିହରେ ।।
• ଦାସାନୁଦାସ ପ୍ରଫୁଲ୍ଲ ତାପଦେ ଶରଣ
• ଦୟାକର ଦୟାମୟ କରୁଛି ପ୍ରଣାମ ।।
