ଉଡ଼ିବାକୁ ନୀଳ ଅକାଶରେ
ଅସରନ୍ତି ଶୂନ୍ୟତାକୁ ଭେଦକରି
ଛୁଇଁଯାଆନ୍ତି କି ମହାକାଶ ଛାତିରେ
କୁଢ କୁଢ
ରୁପେଲି ବଉଦକୁ
ତୋଳି ଆଣନ୍ତିକି ହାତରେ ।
ଇଚ୍ଛା ହୁଏ ପହଁରିବି
ଦିଗହୀନ ସମୁଦ୍ରର
ନୀଳ ନୀଳ ଢେଉମାଳା ସାଥୀରେ,
ତା'ର ଚୁପି ଚୁପି ଚାହାଣିର
ଚପଳ ଛନ୍ଦରେ।
ଇଚ୍ଛା ହୁଏ
ଘେରାଏ ବୁଲି ଆସନ୍ତିକି
ଚିକ୍ ମିକ୍ ତାରା ସହ
ନିସ୍ତବ୍ଧ ରାତ୍ରିରେ ,
ଖେଳନ୍ତିକି ଲୁଚକାଳି
ତା'ର ଚିତ୍ରିତ ପଣତରେ ।
ପୁଣି କେବେ ଇଛା ହୁଏ
ମିଶିଯାଆନ୍ତିକି
ରକ୍ତିମ ସୂର୍ଯ୍ୟର
ଅପୂର୍ବ ଆଭାରେ,
ଇଚ୍ଛା ହୁଏ କେବେ ପୁଣି
ପୃଥିବୀର ଅନ୍ତଫାଡି
ଶୋଇଯାଆନ୍ତି କି
ନିଶ୍ଚିନ୍ତ ନିଦ୍ରାରେ।
ମନର ମୁକ୍ତ କୋଠରୀରେ
ଇଛାଗୁଡା ଏମିତି ବୁଲୁଥାନ୍ତି
ବେହାଲ୍ ଭାବରେ
ଅସରନ୍ତି ଦୁର୍ବାର ଆଶାରେ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ
ଓରାଳି, ହାଟଡିହି, କେନ୍ଦୁଝର ।।
Content Category:
Submission Date: Jun 28, 2019