ପୁରୀର  ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ଚମତ୍କାର ସମସ୍ତଙ୍କୁ ଜଣା । କିନ୍ତୁ ବହୁତ୍ କମ ଲୋକ ଜାଣନ୍ତି ଏହି ପ୍ରସିଦ୍ଧ ମନ୍ଦିର ଉପରେ ୧୭ଥର ଆକ୍ରମଣ ହୋଇଥିଲା । ପ୍ରତି ଆକ୍ରମଣ ପରେ ମନ୍ଦିର ଓ ମନ୍ଦିର ଚମତ୍କାରିତା ଉପରେ କୌଣସି ପ୍ରଭାବ ପଡିନଥିଲା । ମନ୍ଦିର ସହିତ ଜଡ଼ିତ ଅଧ୍ଯୟନ କରୁଥିବା ଲୋକେ କୁହନ୍ତି ଆକ୍ରମଣ କାରଣରୁ ଭଗବାନ ଶ୍ରୀଜଗନ୍ନାଥଙ୍କୁ ୧୪୪ବର୍ଷ ଧରି ଦୂରେଇ ରହିବାକୁ ପଡିଥିଲା । ଆସନ୍ତୁ ଜାଣିବା କିଏ କେବେ ଆକ୍ରମଣ କରିଥିଲେ । 

ପ୍ରଥମ ଆକ୍ରମଣ :

ଜଗନ୍ନାଥ ମନ୍ଦିରକୁ ନଷ୍ଟ କରିବା ପାଇଁ ପ୍ରଥମ ଆକ୍ରମଣ ୧୩୪୦ରେ ବଙ୍ଗଳାର ସୁଲତାନ ଇଲିୟାସ ଶାହ କରିଥିଲେ । ସେହି ସମୟରେ ଓଡିଶା "ଉତ୍କଳ ପ୍ରଦେଶ" ନାମରେ ପ୍ରସିଦ୍ଧ ଥିଲା । ଉତ୍କଳ ସାମ୍ରାଜ୍ୟର ନରେଶ ନରସିଂହ ଦେବ(୩ୟ) ସୁଲତାନ ଇଲିୟାସ ଶାହଙ୍କ ସହ ଯୁଦ୍ଧ କରିଥିଲେ । ବଙ୍ଗଳାର ସୁଲତାନ ଇଲିୟାସ ଶାହଙ୍କ ସୈନିକମାନେ ମନ୍ଦିର ପରିସରରେ ଅନେକ ରକ୍ତ ବୁହାଇଥିଲେ ଏବଂ ହଜାର ହଜାର ନିରୀହ ଲୋକଙ୍କୁ ହତ୍ଯା କରିଥିଲେ । କିନ୍ତୁ ରାଜା ନରସିଂହ ଦେବ ଜଗନ୍ନାଥଙ୍କ ମୂର୍ତ୍ତିଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ । କାରଣ ତାଙ୍କ ଆଦେଶରେ ଜଗନ୍ନାଥ ମୂର୍ତ୍ତିଙ୍କୁ ଲୁଚାଇ ଦିଆଯାଇଥିଲା । 

ଦ୍ବିତୀୟ ଆକ୍ରମଣ :

୧୩୬୦ ମସିହାରେ ଦିଲ୍ଲୀ ସୁଲତାନ ଫିରୋଜ ଶାହ ତୁଗଲକ ଜଗନ୍ନାଥ ମନ୍ଦିର ଉପରେ ଦ୍ବିତୀୟ ଆକ୍ରମଣ କରିଥିଲେ । 

ତୃତୀୟ ଆକ୍ରମଣ :

ମନ୍ଦିର ଉପରେ ତୃତୀୟ ଆକ୍ରମଣ ୧୫୦୯ରେ ବଙ୍ଗଳାର ସୁଲତାନ ଆଲାଉଦ୍ଦିନ ହୁସେନ ଶାହଙ୍କ କମାଣ୍ଡର ଇସ୍ମାଇଲ୍ ଗିଜି କରିଥିଲେ । ସେହି ସମୟରେ ଓଡ଼ିଶାର ରାଜା ଥିଲେ ସୂର୍ଯ୍ୟବଂଶୀ ପ୍ରତାପ ରୁଦ୍ରଦେବ । ଆକ୍ରମଣ ଖଵର ମିଳିବା ପରେ ହିଁ ପୂଜାରୀମାନେ ମୂର୍ତ୍ତି ଗୁଡିକୁ ମନ୍ଦିରରୁ ଦୂରେଇ ନେଇଯାଇଥିଲେ ଏବଂ ଚିଲିକା ଦ୍ବୀପରେ ଲୁଚାଇଥିଲେ । ପ୍ରତାପ ରୁଦ୍ରଦେବ ବଙ୍ଗଳାର ସୁଲତାନ ସେନାଙ୍କୁ ହୁଗୁଳିରେ ପରାସ୍ତ କରି ଲୁଚି ପଳାଇବାକୁ ବାଧ୍ୟ କରିଥିଲେ । 

ଚତୁର୍ଥ ଆକ୍ରମଣ :

୧୫୬୮ ମସିହାରେ ଜଗନ୍ନାଥ ମନ୍ଦିର ଉପରେ ସବୁଠାରୁ ବଡ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ କଳାପାହାଡ଼ ନାମକ ଜଣେ ରାଜା କରିଥିଲେ । ଆକ୍ରମଣ ଆରମ୍ଭରୁ ହିଁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୁଣିଥରେ ଚିଲିକା ଦ୍ବୀପରେ ଲୁଚାଇ ଦେଇଥିଲେ । ଏହାପରେ ମଧ୍ଯ ଆକ୍ରମଣକାରୀ ମନ୍ଦିରର କିଛି ମୂର୍ତ୍ତିକୁ ଜଳାଇ ନଷ୍ଟ କରିଦେଇଥିଲେ । ଏହି ଆକ୍ରମଣରେ ଜଗନ୍ନାଥ ମନ୍ଦିରର ବାସ୍ତୁକଳା ଅନେକାଂଶ କ୍ଷତି ହୋଇଥିଲା । ଏହି ବର୍ଷଟି ଓଡିଶା ପାଇଁ ଇତିହାସ ସ୍ମରଣୀୟ ରହିଯାଇଥିଲା । ଏହି ଯୁଦ୍ଧ ପରେ ଓଡିଶା ସିଧାସଳଖ ଇସଲାମିକ ଶାସନ ଅଧିନରେ ଆସିଯାଇଥିଲା । 

ପଞ୍ଚମ ଆକ୍ରମଣ :

୧୫୯୨ ମସିହାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ପଞ୍ଚମ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଓଡ଼ିଶାର ସୁଲତାନ ଇଶାଙ୍କ ପୁତ୍ର ଉସମାନ ଓ କୁଥୁ ଖାନଙ୍କ ପୁତ୍ର ସୁଲେମାନ ଆକ୍ରମଣ କରିଥିଲେ । ଲୋକଙ୍କୁ ଅତ୍ଯନ୍ତ ନୃଶଂସ ଭାବେ ହତ୍ଯା କରାଯାଇଥିଲା । ମୂର୍ତ୍ତିଗୁଡିକ ଅପବିତ୍ର କରାଯାଇଥିଲା ଏବଂ ମନ୍ଦିରର ସମ୍ପଦ ଲୁଟିନେଇଥିଲେ । 

ଷଷ୍ଠ ଆକ୍ରମଣ :

୧୬୦୧ ମସିହାରେ ବଙ୍ଗଳାର ନବାବ ଇସଲାମ ଖାନଙ୍କ କମାଣ୍ଡର ମିର୍ଜା ଖୁର୍ରମ ଜଗନ୍ନାଥଙ୍କ ଉପରେ ଷଷ୍ଠ ଆକ୍ରମଣ କରିଥିଲେ । ମନ୍ଦିରର ପୂଜାରୀମାନେ ମୂର୍ତ୍ତିଗୁଡିକୁ ଭାର୍ଗବୀ ନଦୀ ରାସ୍ତାରେ ଡଙ୍ଗା ସହାୟତାରେ ପୁରୀ ନିକଟବର୍ତ୍ତୀ ଏକ ଗାଁ କପିଳେଶ୍ବରରେ ଲୁଚାଇ ରଖିଥିଲେ । ପରେ ମୂର୍ତ୍ତିଙ୍କୁ ବଞ୍ଚାଇବା ପାଇଁ ଅନ୍ଯତ୍ର ମଧ୍ଯ ସ୍ଥାନାନ୍ତର କରାଯାଇଥିଲା । 

ସପ୍ତମ ଆକ୍ରମଣ :

ଜଗନ୍ନାଥ ମନ୍ଦିର ଉପରେ ସପ୍ତମ ଆକ୍ରମଣ ଓଡ଼ିଶାର ସୁବେଦାର ହାସିମ୍ ଖାନ୍ କରିଥିଲେ କିନ୍ତୁ ଆକ୍ରମଣ ପୂର୍ବରୁ ମୂର୍ତ୍ତିଗୁଡିକୁ ଗୋପାଳ ମନ୍ଦିରରେ ଲୁଚାଇ ଦିଇଯାଇଥିଲା । ଏହି ସ୍ଥାନ ମନ୍ଦିରଠାରୁ ପାଖାପାଖି ୫୦କିଲୋମିଟର ଦୂରରେ । ଏହି ଆକ୍ରମଣରେ ମଧ୍ୟ ମନ୍ଦିରର ଅନେକ କ୍ଷତି ପହଞ୍ଚିଥିଲା । ୧୬୦୮ ମସିହାରେ ଜଗନ୍ନାଥ ମନ୍ଦିରକୁ ପୁଣି ମୂର୍ତ୍ତି ଅଣାଯାଇଥିଲା । 

ଅଷ୍ଟମ ଆକ୍ରମଣ :

ମନ୍ଦିର ଉପରେ ଅଷ୍ଟମ ଆକ୍ରମଣ ହାସିମ୍ ଖାନଙ୍କ ସେନାରେ କାମ କରୁଥିବା ଜଣେ ହିନ୍ଦୁ ଜାଗିରଦାର କରିଥିଲେ । ସେହି ସମୟରେ ମନ୍ଦିରରେ ମୂର୍ତ୍ତି ନ ଥିଲେ । ମନ୍ଦିରର ଧନ ଲୁଟିନେଇଥିଲେ ଏବଂ ଏହାକୁ ଏକ କିଲାରେ ପରିବର୍ତ୍ତନ କରାଯାଇଥିଲା । 

ନବମ ଆକ୍ରମଣ :

ମନ୍ଦିର ଉପରେ ନଵମ ଆକ୍ରମଣ ୧୬୧୧ ମସିହାରେ ମୋଗଲ ବାଦଶାହ ଆକବରଙ୍କ ନବରତ୍ନରେ ସାମିଲ ରାଜା ଟୋଡରମଲଙ୍କ ପୁତ୍ର ରାଜା କଲ୍ଯାଣମଳ କରିଥିଲେ । ଏଥର ମଧ୍ଯ ପୂଜାରୀମାନେ ମୂର୍ତ୍ତିଙ୍କୁ ବଙ୍ଗଳାସ୍ଥିତ ଏକ ଦ୍ବୀପରେ ଲୁଚାଇ ରଖିବାରେ ସଫଳ ହୋଇଥିଲେ । 

ଦଶମ ଆକ୍ରମଣ :

ଦଶମ ଆକ୍ରମଣ ମଧ୍ୟ କଲ୍ଯାଣମଳ କରିଥିଲେ । ଏହି ଆକ୍ରମଣରେ ମନ୍ଦିରକୁ ସମ୍ପୂର୍ଣ୍ଣ ଲୁଟିନେଇଥିଲେ । 

ଏକାଦଶ ଆକ୍ରମଣ :

ମନ୍ଦିର ଉପରେ ୧୧ତମ ଆକ୍ରମଣ ୧୬୧୭ରେ ଦିଲ୍ଲୀର ବାଦଶାହ ଜାହାଙ୍ଗୀରଙ୍କ ସେନାପତି ମୁକର୍ରମ ଖାନ୍ କରିଥିଲେ । ସେହି ସମୟରେ ମନ୍ଦିରର ମୂର୍ତ୍ତିଙ୍କୁ ଗୋବାପଦାର ନାମକ ସ୍ଥାନରେ ରଖିଦିଆଯାଇଥିଲା । 

ଦ୍ବାଦଶ ଆକ୍ରମଣ :

୧୬୨୧ ମସିହାରେ ମନ୍ଦିର ଉପରେ ଦ୍ବାଦଶ ଥର ପାଇଁ ଆକ୍ରମଣ ହୋଇଥିଲା । ଏଥର ଓଡ଼ିଶାର ମୋଗଲ ଗବର୍ନର ମିର୍ଜା ଅହମ୍ମଦ ବେଗ୍ କରିଥିଲେ । ମୋଗଲ ବାଦଶାହ ଶାହଜହାଁ ପୁଣିଥରେ ଓଡିଶା ଆକ୍ରମଣ କରିଥିଲେ ଏବଂ ସେତେବେଳେ ପୂଜାରୀମାନେ ମୂର୍ତ୍ତିଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ ।

ତ୍ରୟୋଦଶ ଆକ୍ରମଣ :

୧୬୪୧ ମସିହାରେ ଶ୍ରୀ ମନ୍ଦିର ଉପରେ ୧୩ତମ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଓଡ଼ିଶାର ମୋଗଲ ଗଭର୍ଣ୍ଣର ମିର୍ଜା ମକ୍କି କରିଥିଲେ । ଏଥିରେ ଅନେକ ଧନ ସମ୍ପଦ ଲୁଟିନେଇଥିଲେ । 

ଚତୁର୍ଦଶ ଆକ୍ରମଣ :

ମନ୍ଦିର ଉପରେ ଚତୁର୍ଦଶ ଆକ୍ରମଣ ମଧ୍ଯ ଓଡ଼ିଶାର ମୋଗଲ ଗଭର୍ଣ୍ଣର ମିର୍ଜା ମକ୍କି କରିଥିଲେ । ଏହା ଥିଲା ଶ୍ରୀମନ୍ଦିର ଉପରେ ତାଙ୍କର ଦ୍ବିତୀୟ ଆକ୍ରମଣ । ତେବେ ଏଥର ମଧ୍ଯ ପୂଜାରୀମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲୁଚାଇବାରେ ସଫଳ ହୋଇଥିଲେ । 

ପଞ୍ଚଦଶ ଆକ୍ରମଣ :

ମନ୍ଦିର ଉପରେ ୧୫ଦଶ ଆକ୍ରମଣ ଆମିର ଫତେହ୍ ଖାନ୍ କରିଥିଲେ । ସେ ମନ୍ଦିରରେ ଗଚ୍ଛିତ ଥିବା ରତ୍ନଭଣ୍ଡାରରୁ ହୀରା,ମୋତି ଓ ସୁନା ଲୁଟିନେଇଥିଲେ । 

ଷୋଡ଼ଶ ଆକ୍ରମଣ :

ମନ୍ଦିର ଉପରେ ଷୋଡ଼ଶ ଆକ୍ରମଣ ୧୬୯୨ ମସିହାରେ ହୋଇଥିଲା । ଏହି ଆକ୍ରମଣ ମୋଗଲ ବାଦଶାହ ଔରଙ୍ଗଜେବଙ୍କ ଆଦେଶରେ ହୋଇଥିଲା । ଔରଙ୍ଗଜେବ ମନ୍ଦିରକୁ ସମ୍ପୂର୍ଣ୍ଣ ଧ୍ବଂସ କରିବା ପାଇଁ ଆଦେଶ ଦେଇଥିଲେ । ସେତେବେଳେ ଓଡ଼ିଶାର ନବାବ ଇକରାମ ଖାନ୍ ଥିଲେ ଯିଏକି ମୋଗଲ ଅଧୀନରେ ଥିଲେ । ଇକରାମ ଖାନ୍ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରି ଭଗଵାନଙ୍କ ସୁନା ମୁକୁଟ ଲୁଟିନେଇଥିଲେ । ସେହି ସମୟରେ ଜଗନ୍ନାଥ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତିକୁ ଶ୍ରୀମନ୍ଦିର ନାମକ ଏକ ସ୍ଥାନରେ ଥିବା ବିମଳା ମନ୍ଦିରରେ ଲୁଚାଇ ଦିଆଯାଇଥିଲା । 

ସପ୍ତଦଶ ଆକ୍ରମଣ :

ମନ୍ଦିରରେ ସପ୍ତଦଶ ଆକ୍ରମଣ ଏବଂ ଅନ୍ତିମ ଆକ୍ରମଣ ୧୬୯୯ ମସିହାରେ ମୁହମ୍ମଦ ତକି ଖାନ୍ କରିଥିଲେ । ତକି ଖାନ୍ ୧୭୨୭ ଓ ୧୭୩୪ ମଧ୍ଯରେ ଓଡ଼ିଶାର ନାୟବ ସୁବେଦାର ଥିଲେ । ଏଥର ମଧ୍ଯ ମୂର୍ତ୍ତିଗୁଡିକୁ ଲୁଚାଇ ଦିଆଯାଇଥିଲା ଏବଂ ଲଗାତାର ଦ୍ବିତୀୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । କିଛି ସମୟ ପାଇଁ ମୂର୍ତ୍ତିଗୁଡିକୁ ହାଇଦ୍ରାବାଦରେ ମଧ୍ଯ ରଖାଯାଇଥିଲା । 

ତଥ୍ୟ ସଂଗ୍ରହ- ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ- ୯୮୫୩୧୪୨୫୧୦