ହେ ନିଦାଘ ତୁମେ ନିଅ ଯେ ବିଦାୟ
        ଆସୁଛି ବରଷା ରାଣୀ
ତୁମେ ରହିଗଲେ ଫେରିଯିବ ସେ ତ
        ତୁମକୁ ଡରିଣ ପୁଣି

ଧୁସର ଧରଣି ଉଷର ବୁକୁରେ
        ସବୁଜ ଉତ୍ତରୀ ଟାଣି
ଅପେକ୍ଷା କରିଛି ବରଷା ରାଣୀକୁ
        ଢାଳିବ ବରଷା ପାଣି

ତା କୋଳରେ ଲକ୍ଷ ଲକ୍ଷ ଗୁଳ୍ମରାଜୀ
        ପଣତର ତଳେ ଢାଙ୍କି
ଏତେଦିନ ଧରି ତୁମ କୋପେ ଡରି
        ରଖିଲା ତୁମକୁ ଫାଙ୍କି

ରଜେ ରଜସ୍ୱଳା ତା ତନୁ ପଖଳା
        ହୋଇଲା ବରଷା ସ୍ପର୍ଶେ
ସବୁଜ ସନ୍ତାନ ହୋଇବେ ଜନମ
        ତୁମେ ଏବେ ଯାଅ ଶେଷେ

ଭୂଚର, ଖେଚର ପୁଣି ଜଳଚର
        ଚାହିଁଛନ୍ତି ଆଶାନେତ୍ରେ
ବରଷା ପରସା ପୂର୍ଣହେବ ଆଶା
        ବଞ୍ଚିଯିବେ ଦିନ କେତେ

ଷଡଋତୁ ମଧ୍ୟେ ତୁମେ ଅଟ ଶ୍ରେଷ୍ଠ
        ବରଷାର ଜନ୍ମଦାତା
ପାଳୁଛ ଧରାକୁ ଶ୍ରାବଣ ଧାରାକୁ
        ପଠାଅ ହେ ଋତୁ ହର୍ତ୍ତା

ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋର୍ଦ୍ଧା