ଗଢିଲା ଵାଲା ତ ମଣିଷକୁ ଗଢି
ଛାତି ତଳେ ଗୋଟେ ଥୋଇଲା ମନସେ କି ଜାଣିଥିଲା ମନ ହଜିଗଲେ
କାନ୍ଦି କାନ୍ଦି କଟେ ନିଇତି ଦିନ ,
କହିହୁଏ ନାହିଁ ସହି ହୁଏ ନାହିଁ
ଲୋଡ଼ା ପଡେ ଖାଲି ଅନ୍ଧାର ମାତ୍ର
ଆପଣାର ଲୋକେ ପର ହେଇଯାନ୍ତି
ଶୂନ୍ୟତା ହୁଅଇ ପ୍ରକୃତ ମିତ୍ର ,,
ନିରବି ଯାଏ ସେ କୋମଳ ଓଠଟା
ବଧିର ହୁଅଇ ଦୁଇଟି କାନ
ଲୁହ ସବୁ ଆପେ ଲହୁ ପାଲଟନ୍ତି
ବାଟ ଭୁଲିଯାଇ ହଜିଲେ ମନ ,,
ହୃଦୟ ବିଚରା ଝୁରି ଝୁରି ମରେ
ଚେଇଁକି ବି ଆଖି ଦେଖେ ସପନ
ଭୋକ ଶୋଷ ସବୁ ଆପେ ମରିଯାନ୍ତି
ବିନା ଦୋସେ ଚାଲି ଯାଏ ଜୀବନ ,,
ଜଣାପଡେ ନାହିଁ ସକାଳ କି ସଞ୍ଜ
ଜଣା ପଡେ ନାହିଁ ଖରା କି ଛାଇ
ଜଣାପଡେ ଖାଲି ଅନ୍ଧାର ରାତିଟା
ମନଭରି କରି କାନ୍ଦିବା ପାଇଁ ,,
Writer's Details: ଜ୍ୟୋତିରଞ୍ଜନ ବାରିକ
ଗ୍ରାମ - ଚଢ଼େଇଗାଁ, ପୋଷ୍ଟ - ତମ୍ପାଳୋ, ଥାନା - ନିମାପଡା , ଜିଲ୍ଲା- ପୁରୀ
Content Category:
Submission Date: Jun 07, 2019
