ଖେଳଛୁଟି ଘଣ୍ଟା ବାଜିଲା l ପିଲାମାନେ ମନ ଖୁସିରେ ଧାଡି ବାନ୍ଧି ରୋଷେଇ ଘର ଆଡକୁ ଦୌଡିଲେ l ଯେ ଯାହାର ଥାଳି, ମୁହଁ, ହାତ ଧୋଇ ଧାଡି ବାନ୍ଧି ଛିଡା ହେଲେ l ସେଦିନ ଥାଏ ବୁଧବାର l ପିଲାମାନେ ଅଣ୍ଡା ତରକାରି ଓ ଭାତ ଖାଇବେ l ରୋଷେଇୟା ମାନେ ବାଢ଼ିବା ଆରମ୍ଭ କଲେ l ପିଲାଏ ବାରଣ୍ଡାରେ ବସି ଭାତ, ତରକାରି ଖାଉଥାନ୍ତି l ସେମାନଙ୍କ ସହିତ ଷଷ୍ଠ ଶ୍ରେଣୀର ସୋନୁ ବି ଖାଇ ବସିଲା l ପ୍ରଧାନଶିକ୍ଷକ ଖାଉଥିବା ପିଲାଙ୍କ ଉପରେ ନଜର ପକାଇଲେ l ହଠାତ ଦେଖିଲେ ସୋନୁ ନଳକୂଅ ରୁ ଥାଳି ଧୋଇ ଫେରି ଆସୁଛି l ପଚାରିଲେ -"କିରେ ସୋନୁ, ତୁ କଣ ଏତେ ଶୀଘ୍ର ଖାଇଦେଲୁ? " ସୋନୁ କିଛି କହିବା ପୂର୍ବରୁ ତା ସାଙ୍ଗ ପ୍ରଜ୍ଞାନ କହିଲା -" ସାର, ସୋନୁ ଭାତ ଖାଇନାହିଁ, ସେ ନେଇଥିବା ଭାତ, ତରକାରି ଗେଟ ପାଖରେ ବସିଥିବା ଭିକାରୁଣୀ ବୁଢୀକୁ ଦେଇଦେଲା l" ପ୍ରଧାନଶିକ୍ଷକ ଗେଟ ଆଡକୁ ଅନାଇଲେ, ଦେଖିଲେ ବୁଢୀଟି ଖାଉଛି l ପ୍ରଧାନଶିକ୍ଷକ କହିବାରୁ ରାନ୍ଧୁଣିଆ ସୋନୁକୁ ଆଉଥରେ ଭାତ ତରକାରି ବାଢ଼ିଦେଲେ l ସମସ୍ତେ ଖାଇ ସାରିବା ପରେ ପ୍ରଧାନଶିକ୍ଷକ କହିଲେ -"ମାନବ ସେବା ହିଁ ମାଧବ ସେବା" l "ଆଜି ନିଜର ଆହାର ଭିକାରୁଣୀ ବୁଢୀକୁ ଦେଇ ସୋନୁ ଯେଉଁ ମହତ କାମ କରିଛି ସେଥିପାଇଁ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ତାକୁ ସମ୍ମାନିତ କରାଯିବ l"

Writer's Details: କୌଶିକ କୁମାର ହୋତା,
ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ,
ରାଇରଙ୍ଗପୁର, ମୟୁରଭଞ୍ଜ

Content Category:
Submission Date: Jun 30, 2019