
ଆସିଥିଲି ଧରା ପୁଷ୍ଠକୁ ଏକା ଏକା
ହାତଧରି ମାଆ ଶିଖେଇଲା ଚାଲିବା ।।କେତେ ଥର ପଡିଛି ଆଉ ଉଠିଛି
ମନେ ନାହିଁ ଆଜି ସେସବୁ କିଛି ।।
ବାପା କୁହନ୍ତି ପଡୁ ପଡିଲେ ଶିଖିବ
ମାଆ କିନ୍ତୁ କାନିରେ ଟିକେ ଝାଡିଦିଏ ।।
ବଡ଼ଭାଇ ଚାଲିବା ରାସ୍ତା ଦେଖାଇଲେ
ସାନ ଭାଇ ମୋ ହାତ ଧରି ଚାଲିଲା ।।
ଆଜି ବୋଧେ ଚାଲିବା ଶିଖିଯାଇଛି
ସମୟ ମୋତେ ଚାହିଁ ରହିଛି ।।
ଦେଖା ହେଲେ ପଥରେ ଅନେକ ବନ୍ଧୁ
ତାଙ୍କ ସାଥେ ପାର ହେଲି ସାତ ସିନ୍ଧୁ ।।
ସାଉଁଟି ଚାଲିଲି ଅନେକ ସ୍ମୃତି
ଗାଇ ଜୀବନର କିଛି ମଧୁ ଗୀତି ।।
ଅନୁଭୂତି ନେଲି ସ୍ନେହ ଆଉ ଅଭିମାନର
କେବେ କ୍ରୋଧ କେବେ ପଶ୍ଚାତାପର ।।
ପରଖିଲି ଲୋକଙ୍କୁ ବହୁତ ପାଖରୁ
ବୁଝିଲି ସମସ୍ତଙ୍କୁ କିଛି ଅନୁଭୁତିରୁ ।।
ଏବେ ବି ଚାଲିବା ଭଲସେ ସିଖିନି
ପରିସ୍ଥିତି ସହିତ କେବେ ହାର ମାନିନୀ ।।
ତଥାପି ଝୁଣ୍ଟୁଛି ପୁଣି ଉଠୁଛି
ଏମିତି ଜୀବନ ସଂଗ୍ରାମ ଯାରିରହିଛି ।।
Writer's Details: ରାକେଶ କୁମାର, କାମାକ୍ଷାନଗର, ଢେଙ୍କାନାଳ
Content Category:
Submission Date: May 31, 2019
