
ତୁମ ପାଇଁ ମୁଁ
ଆଉ ମୋ ପାଇଁ ତୁମେସୁନ୍ଦରୀ ପ୍ରିୟା ମୋ ଅଛ କେଉଁଠି
ତୁମ ବାଟ ଚାହିଁ ରହିଛି ଏଠି
ତୁମେ ଯେବେ ଆସି ଛୁଇଁ ତ ଦେବ
ଦେହରେ ସିହରଣ ଖେଳିଯିବ ...
ତୁମର ସେଇ ମିଠା ପରସ
ଓଠରେ ମୋର ଦିଏ ଯେ ହସ
ତୁମ ପାଇଁ .......
ତୁମେ ଯେବେ ମୋତେ ଚାହିଁ ଦିଅ
ମୋ ମନ ନଈରେ ଖେଳେ ବନ୍ୟାର ସୁଅ
ତୁମର ସେ ମିଛ ଅଭିମାନ ...
ଆନ୍ଦୋଳିତ କରେ ମୋହରି ମନ
ତୁମ ପାଇଁ ମୁଁ........
କେତେ କେତେ ରାତି ବିତିଛି ପୁଣ
ତୁମରି ସାଙ୍ଗରେ କଥା ହୋଇଣ
ରାତି ପାହି ତ ଯାଏ
କଥା ସରୁନଥାଏ
ଚାହିଁ ରହିଥାଏ ତୁମକୁ ଏକା
ଜହ୍ନର କିରଣ ଲାଗେ ବି ଫିକା
ତୁମେ ଯେବେ ମୋର ହାତକୁ ଧର
ନଥାଏ ମୋର ଦୁନିଆଁକୁ ଡ଼ର
ଚାଲୁଥିବା ଆମେ ଏମିତି ବାଟ
ଆମ ସମ୍ପର୍କରେ ହେବନି ଫାଟ
ତୁମ ପାଇଁ ମୁଁ
ଆଉ ମୋ ପାଇଁ ତୁମେ
ସାରା ଜଗତକୁ କହିବା ଆମେ
କଣ...... ତୁମ ପାଇଁ ମୁଁ......
Writer's Details: ରାକେଶ କୁମାର, ତାଳଗୋରଡ଼, ବାଇସିଙ୍ଗା,
କାମାକ୍ଷାନଗର, ଢେଙ୍କାନାଳ
Content Category:
Submission Date: May 29, 2019
